ଶ୍ରାବଣ ର ପ୍ରଥମ ସୋମବାରରେ ଉନ୍ମୋଚନ ହେଲା ବାବା ସୋମନାଥ ସିଡି ,କୋରନା ଯୋଦ୍ଧାକୁ ମିଳିଲା ସମ୍ମାନ

ବାରଙ୍ଗ ୭/୭ (ଏନ ନ୍ୟୂଜ) ଆରମ୍ଭ ହୋଇଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର। ଏହିଦିନ ଲକ୍ଷଲକ୍ଷ କାଉଡ଼ିଆ ପାଣି ନେଇ ବିଭିନ୍ନ ଶୈବପୀଠରେ ମହାପ୍ରଭୁ ଶିବଶଙ୍କର ଠାରେ ଜଳ ଲାଗି କରିଥାଆନ୍ତି। ମାତ୍ର ବର୍ତମାନ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିଥିବାରୁ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିିରେ ରଖି ସତର୍କତା ଓ ସୁରକ୍ଷା ପାଇଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିୟମ ଲାଗୁ ହୋଇଛି। ଏହି କାରଣରୁ ଚଳିତ ବର୍ଷ କାଉଡ଼ିଆମାନେ ଶୈବପୀଠରେ ଜଳ ଲାଗି ନ କରିବା ପାଇଁ ନିୟମ ଲାଗୁ କରାଯାଇଛି। ତେବେ ପୂର୍ବ ପ୍ରସ୍ତୁତି ଅନୁଯାୟୀ କାଉଡିଆ ଭକ୍ତମାନଙ୍କ ପାଇଁ ଆଜିର ପବିତ୍ର ଦିନରେ ଭୁବନେଶ୍ବର ଉପକଣ୍ଠ ପଟିଆ ଅଞ୍ଚଳର ଆରୋଧ୍ୟ ଦେବତା ବାବା ସୋମନାଥଙ୍କ ଉଦ୍ଦେଶ୍ୟରେ ଶ୍ରାବଣମାସକୁ ନେଇ ମା ଯୋଗମାୟା ଟ୍ରାଭେସ୍ସ ଓ ସତ୍ୟ ସନ୍ଧାନ ଓ୍ବେବ୍ ଚ୍ୟାନେଲ ତରଫରୁ ସୋମନାଥ ଯିବା ହେଲାଣି ଡେରି ନାମକ ଭିଡିଓ ଉନ୍ମଚନ ହୋଇଯାଇଛି । ଏହି ପରିପ୍ରେକ୍ଷିରେ କଳିଙ୍ଗ ସାମ୍ବାଦିକ ସଂଘ ଓ ବାରଙ୍ଗ ପ୍ରେସକ୍ଲବର ସମସ୍ତ ସାମ୍ବାଦିକଙ୍କୁ ନାରୀଜାଗରଣ ମଞ୍ଚ ତରଫରୁ ମାନପତ୍ର ଓ ଉପଢୈକନୀ ପ୍ରଦାନ କରି ସାମ୍ବାଦିକ କରୋନା ଯୋଦ୍ଧା ରେ ସମ୍ମାନୀତ କରାଯାଇଥିଲା । ନନ୍ଦନକାନନ ସହକାରୀ ନିର୍ଦ୍ଦେଶକ ଅମୁଲ୍ୟ ପରିଡା ,ଶିଳ୍ପପତି ଅର୍ଜୁନ ମହାରଣା , ନନ୍ଦନକାନନ ଥାନା ଏସ୍ଆଇ ବିଜୟ କୁମାର ଦାସ ପ୍ରମୁଖ ଯୋଗଦାନ କରିଥିଲେ ।

Leave a Reply

Your email address will not be published.