ନନ୍ଦନକାନନରେ ବାରାଶିଙ୍ଗା ହରିଣ,ସମ୍ବର ଜନ୍ମ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୮ ନମ୍ବର ଖୁଆଡ ମଧ୍ୟରେ ଏକ ବାରାଶିଙ୍ଗା ହରିଣ ଛୁଆ ଜନ୍ମଲାଭ କରିଛି। ଉଭୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି। ଛୁଆଟିର ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ। ନନ୍ଦନକାନନରେ ବାରାଶିଙ୍ଗା ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ ୪ଟି ପୁରୁଷ,୭ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇନଥିବା ଛୁଆଟି ଅଛି।      ସେହିଭଳି ୩୯ ନମ୍ବର ଖୁଆଡ ମଧ୍ୟରେ ଏକ ସମ୍ବର ଛୁଆ ଜନ୍ମଲାଭ କରିଛି। ନବଜାତ ଛୁଆଟି ଋଗୁଣ ହୋଇଥିବାରୁ ତାକୁ ମା’ଠାରୁ ଅଲଗା କରି ଜନ୍ତୁରକ୍ଷଙ୍କ ହେପାଜତରେ ରଖାଯାଇଛି। ବୋତଲ ସହାର୍ଯ୍ୟରେ କ୍ଷୀରପାନ କରାଯାଉଛି। ନନ୍ଦନକାନନର ମୋଟ ସମ୍ବର ସଂଖ୍ୟା ୧୯କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ ୬ ପୁରୁଷ,୧୨ ମାଈ ଓ ଲିଙ୍ଗ ଚିହ୍ନଟ ହୋଇନଥିବା

Leave a Reply

Your email address will not be published.