ରାଜ୍ୟରେ ଆଉ ୩୩ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାରରେ ବ୍ରେକ ଲାଗିଥିବା ବଳେ ଅନ୍ୟପଟେ କରୋନା ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଆଜି ରାଜ୍ୟରେ ଆଉ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬୫୧କୁ ବୃଦ୍ଧି ପାଇଛି।

୧୩ଟି ଜିଲ୍ଲାରୁ ୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିପରି ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁଙ୍କ ଜୀବନ ଯାଇଛି।

ଆଉ ୫ ଜଣଙ୍କ ମୃତ୍ୟୁ ଘଟିବା ସହିତ ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୪ରେ ପହଞ୍ଚିଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ କରୋନାରେ ଏଯାବତ୍‌ ୨୫୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧରେ ୩୭, କଳାହାଣ୍ଡିରେ ୧୦୨, କେନ୍ଦୁଝରରେ ୫୫ ଓ ଖୋର୍ଦ୍ଧାରେ ୪୬୦କୁ ବୃଦ୍ଧି ପାଇଛି।

ଗଜପତି ଜିଲ୍ଲାରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୬, କେନ୍ଦ୍ରାପଡ଼ାରେ ୪୫, କୋରାପୁଟରେ ୩୮ ଓ ରାୟଗଡ଼ା ଜିଲ୍ଲାରେ ୧୦୨ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଗଲାଣି। ସେହିପରି ଢେଙ୍କାନାଳରେ କରୋନାରେ ବର୍ତ୍ତମାନ ସୁଦ୍ଧା ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନବରଙ୍ଗପୁରରେ ଏହି ସଂଖ୍ୟା ୨୬କୁ ବୃଦ୍ଧି ପାଇଛି।

ଏହାକୁ ମିଶାଇ ଗତ ୫ ଦିନ ମଧ୍ୟରେ ରାଜ୍ୟରେ ୧୬୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେବଳ କଟକ ଜିଲ୍ଲାରୁ ୧୦୯୧ ଜଣ ଅଛନ୍ତି।

Leave a Reply

Your email address will not be published.