ରାଜ୍ୟରୁ କରୋନା ନେଲା ୬୩ ଜୀବନ

ଭୁବନେଶ୍ୱର: ରାଜ୍ୟରୁ ଆଜି କରୋନା ଆକ୍ରାନ୍ତ ହୋଇ ୬୩ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି କରୋନାରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୬୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି । ଏଥିସହ ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୬୬୨କୁ ବୃଦ୍ଧି ପାଇଛି।

ଆଜି ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତିରେ ୭୩,  ଗଞ୍ଜାମରେ ୩୮୪, ଜଗତସିଂହପୁରରେ ୮୩, ଯାଜପୁରରେ ୫୩, କନ୍ଧମାଳରେ ୫୪, କେନ୍ଦ୍ରାପଡ଼ାରେ ୧୦୪, ମୟୂରଭଞ୍ଜରେ ୧୬୧, ବରଗଡ଼ରୁ ୭, ମୟୂରଭଞ୍ଜରୁ ୬, ଗଞ୍ଜାମରୁ ୫, ଢେଙ୍କାନାଳରୁ ୪, ପୁରୀରୁ ୫ ଓ କେନ୍ଦ୍ରାପଡ଼ାରୁ ୪ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସେହିପରୀ ବୌଦ୍ଧ, ଯାଜପୁର, ନୟାଗଡ଼ରୁ ୩ଜଣ ଲେଖାଏଁ,  ବାଲେଶ୍ୱର, ଜଗତସିଂହପୁରରୁ ୨ ଲେଖାଏଁ, ଅନୁଗୁଳ, ବଲାଙ୍ଗିର, ଗଜପତି, କନ୍ଧମାଳ, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published.