କରୋନା ନେଲା ଆଉ ୪୬ ଜୀବନ

ଭୂବନେଶ୍ବର: ରାଜ୍ୟରେ କରୋନା ମିଟର ନିମ୍ନଗାମୀ ହେଉଥିବା ସତ୍ତ୍ଵେ ମୃତ୍ଯୁ ସଂଖ୍ଯାରେ ବ୍ରେକ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬ ଜଣଙ୍କ ମୃତ୍ଯୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିସହ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪ ହଜାର ୧୦୯କୁ ବୃଦ୍ଧି ପାଇଛି ।

ଆଜି ଖୋର୍ଦ୍ଧରୁ ସର୍ବାଧିକ ୯ ଜଣ ପ୍ରାଣ ହରାଇଥିବାବେଳେ ପୁରୀରୁ ୪ ଜଣ, ସମ୍ବଲପୁରରୁ ୩ ଜଣ, ସୁବର୍ଣ୍ଣପୁରରୁ ଜଣେ, ସୁନ୍ଦରଗଡ଼ରୁ ୪ ଜଣ, ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ଜଣେ, ବରଗଡ଼ରୁ ଜଣେ, କଟକରୁ ୩ ଜଣ, ଢେଙ୍କାନାଳରୁ ୩ ଜଣ, କଳାହାଣ୍ଡିରୁ ଜଣେ ପ୍ରାଣ ହରାଇଛନ୍ତି ।

ସେହିଭଳି ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ଜଣେ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୟାଗଡ଼ରୁ ୪ ଜଣ,  କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published.