ରାଜ୍ୟରେ ହ୍ରାସ ପାଇବାରେ ଲାଗିଛ କରୋନା ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏବେ ଦୀର୍ଘଦିନ ବ୍ୟବଧାନରେ ପାଞ୍ଚହଜାର ତଳେ ରହୁଛି କରୋନାର ଦୈନିକ ସଂକ୍ରମଣ। ଆଜି ୪୪୬୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ସେମାନଙ୍କ ମଧ୍ୟରେ ୨୫୪୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୯୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଅନୁଗୁଳରେ ୨୨୬,  ବାଲେଶ୍ବରରୁ ୩୧୮, ବରଗଡରୁ ୮୫, ଭଦ୍ରକରୁ ୧୬୫, ବାଲାଙ୍ଗୀରରୁ ୫୬, ବୌଦ୍ଧରୁ ୯୦, କଟକରୁ ୪୧୩, ଦେଓଗଡରୁ ୨୩, ଢେଙ୍କାନାଳରୁ ୨୫୨, ଗଜପତିରୁ ୨୬, ଗଞ୍ଜାମରୁ ୪୩, ଜଗତସିଂହପୁରରୁ ୧୪୦, ଯାଜପୁରରୁ ୩୭୦, ଝାରସୁଗୁଡାରୁ ୨୭, କଳାହାଣ୍ଡିରୁ ୯୨, କନ୍ଧମାଳ ୨୮, କେନ୍ଦ୍ରାପଡାରୁ ୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେଉଁଝରରୁ ୯୬, ଖୋର୍ଦ୍ଧାରୁ ୬୧୨, କୋରାପୁଟରୁ ୮୭, ମାଲକାନଗିରିରୁ ୭୫, ମୟୂରଭଞ୍ଜରୁ ୨୧୬, ନବରଙ୍ଗପୁରରୁ ୧୧୮, ନୟାଗଡ଼ରୁ ୧୨୮, ନୂଆପଡାରୁ ୧୪, ପୁରୀରୁ ୨୪୩, ରାୟଗଡାରୁ ୧୩୭, ସମ୍ବଲପୁରରୁ ୬୧, ସୋନପୁରରୁ ୬୦, ସୁନ୍ଦରଗଡରୁ ୧୦୩ ଓ ଷ୍ଟେଟପୁଲରୁ ୧୦୬ ପଜିଟିଭ ରହିଛନ୍ତି ।

ନୂତନ କରୋନା ସଂକ୍ରମିତଙ୍କୁ ମିଶାଇ ମୋଟ ମାମଲା ୮୫୧୭୮୨କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୭୮୯୦୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫୯୩୬୧ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଏଯାବତ ୧୨୬୫୨୩୯୭ଟି କରୋନା ନମୁନା ସଂଗ୍ରହ ହେଲାଣି ବୋଲି କୁହାଯାଇଛି ।

Leave a Reply

Your email address will not be published.