କୋଭିସିଲ୍ଡର ସାନି ଗାଇଡଲାଇନ୍

ଭୁବନେଶ୍ୱର: ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ଦୁଇଟି ଡୋଜକୁ ନେଇ ସାନି ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । ଏଥି ମଧ୍ୟରେ ଥିବା ସମୟ ସୀମାକୁ ବୃଦ୍ଧି ପ୍ରସ୍ତାବକୁ ଭାରତ ସରକାର ଗ୍ରହଣ କରି ସାରିବା ପରେ ରାଜ୍ୟ ସରକାର ଏନେଇ ସାନି ଗାଇଡଲାଇନ୍‌ ଜାରି କରିଛନ୍ତି । ଏନେଇ ସବୁ ଜିଲ୍ଲାପାଳ, ସିଡିଏମଙ୍କୁ ଗାଇଡଲାଇନ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି।

ପ୍ରଥମ ଡୋଜ୍ ନେବାର ଅନ୍ୟୁନ ୮୪ ଦିନ ହୋଇନଥିଲେ ୨ୟ ଡୋଜ୍ ନେବାକୁ ବାରଣ କରାଯାଇଛି। ୮୪ ଦିନ ପୂର୍ବରୁ ୨ୟ ଡୋଜ୍ ପାଇଁ ଅନଲାଇନ୍ ବୁକିଂ ହୋଇପାରିବନି। କିନ୍ତୁ ୨ୟ ଡୋଜ୍ ପାଇଁ ଅନଲାଇନ ବୁକିଂ ହୋଇସାରିଥିଲେ ତାହାକୁ ବାତିଲ କରିବନି କୋୱିନ୍‌। ଏଭଳି କ୍ଷେତ୍ରରେ ପୁଣି ଥରେ ନିଜ ତରଫରୁ ବୁକିଂ ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କିନ୍ତୁ ଜଣେ ବ୍ୟକ୍ତି ପୂର୍ବ ବୁକିଂ ଅନୁଯାୟୀ ୮୪ ଦିନ ପୂର୍ବରୁ ଟିକା ନେବାକୁ ଚାହିଁଲେ ନେଇପାରିବେ।

Leave a Reply

Your email address will not be published.