ରାଜ୍ୟରେ ଆଜି ୫ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଧୀରେ ଧୀରେ କମୁଥିବାର ପରିଲକ୍ଷିତ ହୋଇଛି । ପୂର୍ବରୁ ଅପେକ୍ଷା ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ଅଧା କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଆଜି ୫,୨୩୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ନୂତନ ସଂକ୍ରମିତଙ୍କ ମଧ୍ୟରେ ୨୯୫୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୨୭୮ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ଜଣାପଡିଛି ।

ଆଜି ଅନୁଗୁଳରୁ ୨୭୭, ବାଲେଶ୍ୱରରୁ ୩୨୦, ବରଗଡରୁ ୧୧୮, ଭଦ୍ରକରୁ ୨୧୭, ବଲାଙ୍ଗୀରରୁ ୪୧, ବୌଦ୍ଧରୁ ୮୩, କଟକରୁ ୫୫୭, ଦେବଗଡ଼ରୁ ୧୪, ଢେଙ୍କାନାଳ: ୧୩୭, ଗଜପତିରୁ ୨୩, ଗଞ୍ଜାମରୁ ୭୭, ଜଗତସିଂହପୁରରୁ ୧୪୮, ଯାଜପୁରରୁ ୩୯୪, ଝାରସୁଗୁଡ଼ାରୁ ୨୭, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୩୭ ଓ କେନ୍ଦ୍ରାପଡାରୁ ୨୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦୁଝରରୁ ୧୧୫,  ଖୋର୍ଦ୍ଧାରୁ ୭୨୬, କୋରାପୁଟରୁ ୧୨୭, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୨୮୫, ନବରଙ୍ଗପୁରରୁ ୧୮୬, ନୟାଗଡ଼ରୁ ୧୩୨, ନୂଆପଡାରୁ ୧୩, ପୁରୀରୁ ୨୩୪, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୬୬, ସୋନପୁରରୁ ୩୪, ସୁନ୍ଦରଗଡରୁ ୨୫୧ ଓ ରାଜ୍ୟ ପୁଲରୁ ୧୨୪ ଜଣ ପଜିଟିଭ ଅଛନ୍ତି ।

ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୮୪୨୪୬୧କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୭୭୨୯୭୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବାବେଳେ ୬୬୨୨୬ଟି ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ୧୨୫୨୩୨୪୧ଟି କରୋନା ନମୁନା ପରୀକ୍ଷା ପାଇଁ ସଂଗ୍ରହ ହୋଇଛି ।

Leave a Reply

Your email address will not be published.