ପୁଣି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା ମହାମାରୀ ଥମିବାର ନା ଧରୁନି । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଛି ।ଆଜି ୨୪ ଘଣ୍ଟାରେ ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୧୭୮ ଚିହ୍ନଟ ହୋଇଥିବରା ବେଳେ ଲୋକାଲ କେସ୍ ରହିଛି ୪୭୬୧। ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ପଜିଟିଭ ଚିହ୍ନଟ ହୋଇଛନ୍ତି।

କଟକରୁ ୯୨୨, ଅନୁଗୁଳ- ୮୧୯, ଢେଙ୍କାନାଳ-୭୬୩, ମୟୂରଭଞ୍ଜ- ୬୦୪, ଯାଜପୁର- ୫୪୧, ସୁନ୍ଦରଗଡ଼- ୫୧୨, ବୌଦ୍ଧ- ୩୮୫, ବାଲେଶ୍ୱର- ୩୬୧ ଓ କେନ୍ଦ୍ରାପଡ଼ାରୁ ୩୨୩ ଜଣ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published.