କରୋନା ବିରୋଧି‌‌ ଲଢେଇ ପାଇଁ ପ୍ରସ୍ତୁତ ଟେଷ୍ଟିଂ କିଟ

ନୂଆଦିଲ୍ଲୀ: କରୋନା ବିରୋଧରେ‌ ଜୋରଦାର‌‌ ଲଢେଇ କରିବା‌ ପାଇଁ ଅସ୍ତ୍ର ପ୍ରସ୍ତୁତ ହୋଇଯାଇଛି । କରୋନା ଟେଷ୍ଟ ଲାଗି ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କାରଣ ଘରେ ରହି ଆପଣ ନିଜର ନମୁନା ପରୀକ୍ଷା କରିପାରିବେ । ଏହି ହୋମ ବେସ ଟେଷ୍ଟିଂ କିଟକୁ ଆଇସିଏମ୍‌ଆର ମଂଜୁରୀ ଦେଇଛି । 

ଆଇସିଏମ୍‌ଆର ଯେଉଁ କିଟକୁ ମଂଜୁରୀ ପ୍ରଦାନ କରିଛନ୍ତି, ଏହା ହେଉଛି ରାପିଡ ଆଣ୍ଟିଜେନ ଟେଷ୍ଟିଂ କିଟ । ଏହି କିଟ ଜରିଆରେ ଲୋକେ ଘରେ ହିଁ ନାକ ଜରିଆରେ କରୋନା ଯାଂଚ ପାଇଁ ନମୁନା ପରୀକ୍ଷା କରିପାରିବେ । ଏବେ ହୋମ ଟେଷ୍ଟିଂ କେବଳ ଲକ୍ଷଣଯୁକ୍ତ ରୋଗୀଙ୍କ ଲାଗି ଉପଲବ୍ଧ ଥିଲା । ଏହା ବ୍ୟତୀତ ଯେଉଁ ଲୋକ ସୁନିଶ୍ଚିତ କେସଙ୍କ ସହିତ ସିଧାସଳଖ ସଂପର୍କରେ ଆସଛନ୍ତି, ସେମାନେ ମଧ୍ୟ ଟେଷ୍ଟିଂ କିଟର ବ୍ୟବହାର କରିପାରିବେ । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହୋମ ଟେଷ୍ଟିଂ କିଟ ନିର୍ମାତା କଂପାନୀ ଦ୍ୱାରା ଦିଆଯାଇଥିବା ମ୍ୟାନୁଆଲକୁ ପାଳନ କରିବାକୁ ହେବ । ଏଥି ଲାଗି ଗୁଗଲ ପ୍ଲେ-ଷ୍ଟୋର ଓ ଆପଲ ଷ୍ଟୋର ସହିତ ମୋବାଇଲ ଆପ ଡାଉନଲୋଡ଼ କରିବାକୁ ପଡ଼ିବ । ଏହି ଆପ ମାଧ୍ୟମରେ ପଜିଟିଭ ଏବଂ ନେଗେଟିଭ ରିପୋର୍ଟ ମିଳିବ । 

Leave a Reply

Your email address will not be published.