ପୁଣି ୬୯ ଜୀବନ ନେଲା ମହାମାରୀ

ଭୂବନେଶ୍ବର, (ନାଗରାଜ ନ୍ଯୁଜ୍‌): ରାଜ୍ୟରେ ସଂକ୍ରମଣ ହାର କମୁଛି ହେଲେ ମୃତ୍ୟୁ ସଂଖ୍ଯା ବଢୁଛି । ଆଜି ଆଉ ୬୯ ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୫ହଜାର ୨୪୧କୁ ବୃଦ୍ଧି ପାଇଛି ।ଖୋର୍ଦ୍ଧାରୁ ସର୍ବାଧିକ ୨୨ ଜଣ କରୋନାରେ ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରୀ ବରଗଡ଼ରୁ ୭ଜଣ, ଅନୁଗୋଳରୁ ୬ଜଣ, କେନ୍ଦୁଝରରୁ ୫ଜଣ, କେନ୍ଦ୍ରାପଡ଼ାରୁ ୪ଜଣ, ବାଲେଶ୍ୱର ଜିଲ୍ଲାରୁ ୩ ଜଣ, ଭଦ୍ରକ, ଗଞ୍ଜାମ, ନୟାଗଡ଼, ପୁରୀ ଜିଲ୍ଲାରୁ ୨ ଜଣ, କୋରାପୁଟ ଓ ସମ୍ୱଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published.