ଆଜିବି ୨ ହଜାର ତଳେ ରହିଛି ସଂକ୍ରମଣ ହାର

ଭୂବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି । ଆଜି ୨୪ ଘଣ୍ଟା ମଧ୍ୟରେ ୧୯୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୧୯୪୮ ସଂକ୍ରମିତଙ୍କ ମଧ୍ୟରୁ ୧୧୨୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୮୨୮ ଟି ଲୋକାଲ କେସ୍ ରହିଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୭୯, ଜଗତସିଂହପୁରରୁ ୧୧୩ ଯାଜପୁରରୁ ୧୧୫, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୧୨, କେନ୍ଦୁଝରରୁ ୨୧,  କୋରାପୁଟରୁ ୭, ମାଲକାନଗିରିରୁ ୨୪, ମୟୂରଭଞ୍ଜରୁ ୬୬, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୮୮, ନୂଆପଡ଼ାରୁ ୨, ପୁରୀରୁ ୮୩, ରାୟଗଡ଼ାରୁ ୧୮, ଅନୁଗୋଳ ଜିଲ୍ଲାରୁ ୮୫ , ବାଲେଶ୍ୱରରୁ ୯୮, ବରଗଡ଼ରୁ ୧୭, ବଳାଙ୍ଗିରରୁ ୭, ବୌଦ୍ଧରୁ ୪, ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୪, ଗଜପତିରୁ ୪, ଗଞ୍ଜାମରୁ ୬, ସମ୍ବଲପୁରରୁ ୨୫, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୭ ଓ ଷ୍ଟେଟ ପୁଲ୍‌ରୁ ୯୯ ପଜିଟିଭ ଚିହ୍ନଟ ହୋଇଥିବା

Leave a Reply

Your email address will not be published.