ରାଜ୍ୟରେ ବେକାବୁ ହେବାରେ ଲାଗିଛି କରୋନା, ୨୪ ଘଣ୍ଟାରେ ୧୧ ହଜାର ଉପରେ ପଜିଟିଭ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ ବେକାବୁ ହେବାରେ ଲାଗିଛି କରୋନା ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦୪୯୨ରେ ପହଞ୍ଚିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୧୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଆଜି ଅନୁଗୁଳରୁ ୬୬୮ଜଣ, ବାଲେଶ୍ୱରରୁ ୩୦୩, ବରଗଡ଼ରୁ ୪୨୧ଜଣ, ଭଦ୍ରକରୁ ୩୦୦ଜଣ, ବଲାଙ୍ଗୀରରୁ ୩୫୮ଜଣ, ବୌଦ୍ଧରୁ ୨୪୬ଜଣ, କଟକରୁ ୧୧୯୭ଜଣ, ଦେଓଗଡ଼ରୁ ୧୦୯ଜଣ, ଢେଙ୍କାନାଳରୁ ୨୮୦ଜଣ, ଗଜପତିରୁ ୧୧୫ଜଣ, ଗଞ୍ଜାମରୁ ୩୩୧ଜଣ, ଜଗତସିଂହପୁରରୁ ୨୭୪ଜଣ, ଯାଜପୁରରୁ ୩୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଝାରସୁଗୁଡ଼ାରୁ ୩୨୭ଜଣ, କଳାହାଣ୍ଡିରୁ ୩୭୭ଜଣ, କନ୍ଧମାଳରୁ ୮୩ଜଣ, କେନ୍ଦ୍ରାପଡ଼ାରୁ ୧୪୭ଜଣ, କେନ୍ଦୁଝରରୁ ୧୮୮ଜଣ, ଖୋର୍ଦ୍ଧାରୁ ୧୪୧୪ଜଣ, କୋରାପୁଟରୁ ୧୯୬ଜଣ, ମାଲକାନଗିରିରୁ ୯୪ଜଣ, ମୟୁରଭଞ୍ଜରୁ ୩୭୪ଜଣ, ନବରଙ୍ଗପୁରରୁ ୨୩୯ଜଣ, ନୟାଗଡ଼ରୁ ୨୮୦ଜଣ, ନୂଆପଡ଼ାରୁ ୩୦୭ଜଣ, ପୁରୀରୁ ୩୩୮ଜଣ, ରାୟଗଡ଼ାରୁ ୧୩୭ଜଣ, ସମ୍ବଲପୁରରୁ ୫୫୩ଜଣ, ସୋନପୁରରୁ ୨୧୪ଜଣ, ସୁନ୍ଦରଗଡ଼ରୁ ୧୨୦୯ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୮୪ଜଣ ସଂକ୍ରମିତ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୦୦୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୨୫୯୧୪ଟି ସକ୍ରିୟ ମାମଲା ରହିଥିବା ବେଳେ ୪୯୧୬୭୪ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୬୪୭୧ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave a Reply

Your email address will not be published.