୧୯୦ ପେଟି ବିଦେଶୀ ମଦ ଜବତ

ରାଉଲକେଲା: ରାଉରକେଲା ସହରରେ ନକଲି ଔଷଧ ପରେ ବର୍ତ୍ତମାନ ଇସ୍ପାତ ନଗରୀରେ ସାମ୍ନାକୁ ଆସିଛି ନକଲି ବିଦେଶୀ ମଦ । ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିବା ସହ ଏକ ବଡ଼ ନକଲି ବେଦେଶୀ ମଦ ଉପରେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।

ଚାନ୍ଦିପୋଷ ପୋଷ ଥାନା ଅନ୍ତର୍ଗତ ତମଡ଼ା ଗ୍ରାମରୁ କାର ଯୋଗେ ଏହି ନକଲି ବିଦେଶୀ ମଦ କାରବାର ହେଉଥିବାର ସୂଚନା ପାଇବା ପରେ ଆଜି ଅବକାରୀ କମିଶନର ଆଶିଷ କୁମାର ସିଂ ଓ ରାଉରକେଲା ଜିଲ୍ଲା ଅବକାରୀ ଅଧୀକ୍ଷକ ନଳିନୀ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଅତର୍କିତ ଭାବେ ଚଢାଉ କରିଥିଲେ । ଏହି ଚଢାଉରେ ମୁଖ୍ୟ ଅଭିଯୁକ୍ତ ଅନୀଲ କୁମାର ସାହୁଙ୍କ ସମେତ ଅନ୍ୟ ତିନିଜଣ ସହଯୋଗୀ ଅଭିଯୁକ୍ତ ବିରେନ୍ଦ୍ର କୁମାର ସାହୁ , ବିନୋଦ କୁମାର ପାତ୍ର ଓ ମନୋଜ ସିଂ ପ୍ରମୁଖଙ୍କୁ ଗିରଫ କରାଯାଇଥିଲା । ଗିରଫ ମଦ ବେପାରୀ ମାନଙ୍କ ଠାରୁ ୧୯୦ ପେଟି ନକଲି ଓ ସରକାରୀ ଶୁଳ୍କ ବିହୀନ ବିଦେଶି ମଦ ଜବତ କରାଯାଇଥିଲା । ଜବତ ହୋଇଥିବା ସମସ୍ତ ମଦର ମୂଲ୍ୟ ଅନୁମାନିକ ୨୦ ଲକ୍ଷ୍ୟ ଟଙ୍କାର ଆକଳନ କରାଯାଇଛି ।

ଅବକାରୀ ଉପନିରୀକ୍ଷକଙ୍କ କହିବା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ଅନୀଲ କୁମାର ସାହୁ ନକଲି ବିଦେଶୀ କାରବାରରେ ପୂର୍ବରୁ ୩ ଥର କୋର୍ଟ ଚାଲାଣ ହୋଇଥିଲା । ରାଉରକେଲା ସହରରେ ଆଗକୁ ଯେମିତି ନକଲି ବିଦେଶୀ କାରବାର ନ ହେବ, ସେଥିପ୍ରତି ଧ୍ୟାନ ଦେଇ ଅବକାରୀ ଚଢାଉ ଜାରି ରଖାଯାଇଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ ।

ସୁନ୍ଦରଗଡ଼ରୁ ଲବ କିଶୋର ନାୟକଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.