ରାଜ କୁନ୍ଦ୍ରାଙ୍କ‌ ପାଇଁ ବଢିଲା ଅଡୁଆ, ୨୭ ଜୁଲାଇ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଛନ୍ତି କୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଅଶ୍ଲୀଳ ଫିଲ୍ମ ଭିଡିଓ ତିବରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଶୁକ୍ରବାର ମୁମ୍ବାଇର ଏକ କୋର୍ଟ ୨୭ ଜୁଲାଇ ପର୍ଯ୍ୟନ୍ତ କୁନ୍ଦ୍ରାଙ୍କୁ ବିଚାର ପୁଲିସ ହେପାଜତକୁ ପଠାଇଛନ୍ତି । ରାଜ କୁନ୍ଦ୍ରାଙ୍କୁ ଆହୁରି ୭ ଦିନ କଷ୍ଟଡିରେ ରଖିବାକୁ ମୁମ୍ବାଇ ପୋଲିସ କୋର୍ଟଙ୍କ ନିକଟରେ ଦାବି କରିଥିଲା । ଏବେ ରାଜ କୁନ୍ଦ୍ରାଙ୍କ ପାଇଁ ଅଡୁଆ ବଢିଯାଇଛି । ଏହି ସମୟରେ ତାଙ୍କ ସହଯୋଗୀ ରେୟାନ ଥୋର୍ପି ମଧ୍ୟ କଷ୍ଟଡିରେ ରହିବେ ।

ରାଜ କୁନ୍ଦ୍ରାଙ୍କୁ ଭାୟଖଲା ଜେଲରୁ କୋର୍ଟ ନିଆଯାଇଥିଲା, ଯେଉଁଠାରେ ପୋଲିସର ଦଲିଲ୍ ଶୁଣିବା ପରେ କୋର୍ଟ ତାଙ୍କୁ ଆହୁରି ୫ ଦିନ ପାଇଁ ପୋଲିସ ହେପାଜତରେ ଛାଡିଛନ୍ତି। ପୋଲିସ ପକ୍ଷରୁ କୋର୍ଟରେ କୁହାଯାଇଥିଲାଯେ, ଏବେ ଏହି ମାମଲାରେ ଆହୁରି ତଦନ୍ତ ହେବା ଓ ପ୍ରମାଣ ମିଳିବା ବାକି ରହିଛି ।

Leave a Reply

Your email address will not be published.