ବାଲି ମାଫିଆଙ୍କ ଗୁଣ୍ଡାରାଜ, ୨ ଅଟକ

ବାଲେଶ୍ବର: ବାଲି ମାଫିଆଙ୍କ ଗୁଣ୍ଡାରାଜ । ଆଉ ଏହାର ଶିକାର ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇର ଅତିରିକ୍ତ ତହସିଲଦାର । ସୂଚନା ଅନୁଯାୟୀ, କମର୍ଦା ଥାନା ଉଲୁଡ଼ା-କମର୍ଦା ରାସ୍ତାରେ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇବା ପରେ ଭୋଗରାଇ ଅତିରିକ୍ତ ତହସିଲଦାର ସେଠାରେ ପହଞ୍ଚିଥିଲେ । ବାଲି ଚାଲାଣ କରୁଥିବା ଗାଡ଼ିକୁ ଅଟକାଇଥିଲେ ।

ହେଲେ ବାଲି ମାଫିଆମାନେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ମାଡ଼ ମାରିଥିଲେ । ତାଙ୍କ ସୁନା ଚେନ, ମୋବାଇଲ ଫୋନ ଓ ଟଙ୍କା ଲୁଟି ନେଇଥିଲେ । ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଅତିରିକ୍ତ ତହସିଲଦାରଙ୍କୁ ଉଦ୍ଧାର କରିଥିଲେ । ଏହାସହ ବାଲି ନେଉଥିବା ଡମ୍ପର ଡ୍ରାଇଭର ଓ ହେଲପରକୁ ଅଟକ ରଖି କମର୍ଦା ପୋଲିସ ଜିମା ଦେଇଥିଲେ । ତେବେ ଆକ୍ରମଣ କରିଥିବା ୫ ଜଣ ବାଲି ମାଫିଆ ଫେରାର ହୋଇଯାଇଥିଲେ । ସମସ୍ତ ଆକ୍ରମଣକାରୀଙ୍କ ଘର ବାଲିଆପାଳ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.