ପୋଲିସ ହାତରେ ଧରା ପଡ଼ିଲା ଅପରାଧୀ

ରାରକେଲା: ଲୁଟ୍ ଭଳି ଅପରାଧକୁ ସଫଳ କରିବା ପାଇଁ ମଣିଷ ନିଜର ବିବେକ ଓ ମାନବିକତା ହରାଇବା ପାଇଁ ପଛାଉନି । ଏଭଳି ଘଟଣା ଘଟିଯାଇଛି ସେକ୍ଟର -୩ ଥାନା ଅନ୍ତର୍ଗତ କୋଏଲନଗର ଅଞ୍ଚଲରେ ।
ଜଣାଶୁଣା ଉଦଘୋଷିକା ମିନାଖୀ ଧରଙ୍କ ମନିପର୍ସକୁ ଚୋର ଲୁଟ କରିବା ସମୟରେ ମିନାକ୍ଷୀ ଧର ସ୍କୁଟିରୁ ଖସି ପଡ଼ିଥିଲେ । ଖସିପଡି ଗୁରୁତର ଅବସ୍ଥାରେ ପ୍ରଥମେ ଆଇଜିଏଚ ଓ ପରେ ଜେପି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତବେ ଘଟଣାର ତଦନ୍ତ କରି ସେକ୍ତର-3 ପୋଲିସ ସତ୍ୟଜିତ ସ୍ୱାଇଁ (୨୨) ବର୍ଷ ନାମକ ବ୍ୟକ୍ତିକୁ ଗିରଫ କରିବା ସହ କୋଟ ଚାଲାଣ କରିଛି । ଗିରଫ ବ୍ୟକ୍ତିଙ୍କ ଠାରୁ ଗୋଟିଏ ମୋବାଇଲ ଓ ଗୋଟିଏ ମଟର ସାଇକେଲ ଜବତ ହୋଇଛି । ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ଅନେକ ଅପରାଧୀ ମାମଲା ରହିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ ପାଇଛି।

 

Leave a Reply

Your email address will not be published.