ସାଇକେଲ ଚୋର ସହ କବାଡିଆଙ୍କୁ ନିଧୁମ ପିଟିଲେ ଗ୍ରାମଲୋକେ

କଟକ, (ନାଗରାଜ ନ୍ୟୁଜ): ଚୋରି କରିବା ପଡିଲା ମହଙ୍ଗା । ବିଚ ରାସ୍ତାରେ ଛେଚିଲେ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଥାନା ଖମାରଙ୍ଗ ଗ୍ରାମ ନିକଟରେ । ଗ୍ରାମଛକ ନିକଟରୁ ସାଇକେଲ ଚୋର ସହିତ କବାଡିଆକୁ ବିଚରାସ୍ତା କଡ଼ର ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ । ଆଉ ଉଭୟ ସାଇକେଲ ଚୋର ଓ କବାଡିଆକୁ ପୋଲିସ ହାତରେ ଦେଇଛନ୍ତି ।

ସୂଚନା ଥାଉକି ଖମାରଙ୍ଗ ଗ୍ରାମ ଛକଠାରେ ସେହିଗ୍ରାମର ସନ୍ତୋଷ ପଣ୍ଡା ନାମକ ସାଇକେଲ ଦୋକାନୀକୁ ଜଣେ ସ୍ଥାନୀୟ ଲୋକ ସାଇକେଲ ଠିକ କରିବାକୁ ଦେଇଥିଲେ । ହେଲେ ଦୋକାନୀ ସାଇକେଲ ଠିକ କରିଦେବା ପରିବର୍ତ୍ତେ କବାଡ଼ିଆକୁ ବିକ୍ରି କରିଦେବା ଘଟଣାକୁ ନେଇ ଉଭୟଙ୍କୁ ଧରି ସ୍ଥାନୀୟ ଲୋକେ ନିଧୁମ ପିଟିବା ସହ ପୋଲିସ ଜିମା ଦେଇଛନ୍ତି । ଆଗକୁ ଚୋରି ରୋକିବାକୁ ପୋଲିସ ପେଟ୍ରୋଲିଂ ଜୋରଦାର କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published.