ପ୍ରଥମ ବାର୍ଷିକ ମା ଧବଳେଇ ବିଶ୍ଵଶାନ୍ତି ମହାଯଜ୍ଞ ଜଳ କଳସଯାତ୍ରା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମରେ ଗ୍ରାମ ଦେବତୀ ମା ଧବଳେଇ ଙ୍କ ପିଠରେ ପାଞ୍ଚ ଦିବସୀୟ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ଗ୍ରାମବାସୀ ଓ ଭକ୍ତ ମାନଙ୍କ ଦ୍ଵାରା ଜଳକଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଶଙ୍ଖଚିଲା ମା ହିଙ୍ଗୁଳାଙ୍କ ଙ୍କ ପିଠରୁ ସ୍ୱପ୍ନାଦେଶ ଆଜ୍ଞାମାଳ ଆସିବା ପରେ ଜଳକଳସ ଯାତ୍ରା ଆରମ୍ଭ ହୋଇଥିଲା। ଶତାଧିକ ବ୍ରତ ଧାରୀ ଓ କଳସ ଧାରୀ ଗ୍ରାମର ମଙ୍ଗଳ ପାଇଁ ଜଳକଳସ ସହିତ ସମ୍ପୂର୍ଣ୍ଣ ଗ୍ରାମ ପରିକ୍ରମା କରିଥିଲେ। ପରିକ୍ରମା ସମୟରେ ହୁଳହୁଳି ଓ ଶଙ୍ଖ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ନିହଲପ୍ରସାଦ ଗ୍ରାମ।ସତେ ଯେମିତି ମା ଧବଳେଇ ଧରା ପୃଷ୍ଠରେ ଅବତରଣ କରିଥିବାର ଆଧ୍ୟାତ୍ମିକ ବାତାବରଣ ବାରି ହୋଇ ପଡ଼ୁଥିଲା। ମହାଯଜ୍ଞ କୁ ସରସ ସୁନ୍ଦର କରିବା ପାଇଁ ଧବଳେଇ ଙ୍କ ପିଠରେ ଯାତ୍ରା,ମିନାବଜାର ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା।ପଂଚାୟତରେ ସନ୍ଧ୍ୟା ପରେ ପ୍ରତ୍ୟେକ ଘରେ ଅଗ୍ନିସଂଯୋଗ ସମ୍ପୂର୍ଣ୍ଣ ବନ୍ଧ କରାଯିବା ସହିତ ମଦମାଂସ ନିଷେଧ କରାଯାଇଅଛି |

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.