ବେଗା ଗ୍ରାମରୁ ୧୨ଫୁଟ ଲମ୍ବର ଅଜଗର ଉଦ୍ଧାର

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଆଜି ଅପରାହ୍ନ ପ୍ରାୟ ୩ଟା ରୁ ୪ଟା ହେବ ପ୍ରଶାନ୍ତ ମହାନ୍ତିଙ୍କ ବାରିରେ ଛେଳି ଚାରୁଥିଲେ । ଠିକ ଏହି ସମୟରେ ବେଗା ସଂରକ୍ଷିତ ଜଙ୍ଗଲରୁ ୧୨ଫୁଟ ଲମ୍ବର ଏକ ଅଜଗର ସାପ ଛେଳିଙ୍କୁ ଖାଇବାକୁ ଆସିଥିଲା । ସେଇ ବାଟ ଦେଇ ଯାଉଥିବା ଟୁକୁନା ମଳିକ ପି ଶ୍ରୀଧର ମଳିକଙ୍କ ନଜରକୁ ଆସିଥିଲା । ସେ ତୁରନ୍ତ ଛେଳିଗୁଡିକୁ ବଞ୍ଚାଇବା ସହିତ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର କରି ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସଙ୍କୁ ଜଣାଇଥିଲେ । ଦାସ ଅବିଳମ୍ବେ ଖଙ୍କିରା ଫରେଷ୍ଟର ଇନଚାର୍ଜ ରଶ୍ମିରଂଜନ ଦାସଙ୍କୁ ଯୋଗାଯୋଗ କରିବା ସହିତ ତାଙ୍କୁ ସାଥିରେ ନେଇ ଅଜଗରଟିକୁ ଉଦ୍ଧାର କରି ଖଙ୍କିରା ଜଙ୍ଗଲରେ ଛାଡିଦେଇଥିଲେ । ଗ୍ରାମ ମଝିରୁ ଏତେ ବଡ଼ ଅଜଗର ସାପକୁ ଦେଖି ଭୟର ବାତାବରଣ ଖେଳିଯାଇଛି । ନିଜକୁ ସାପଟି କାମୁଡ଼ିଲା ପରେ ବି ସାପଟିକୁ ଉଦ୍ଧାର କରି ଛେଳିଙ୍କ ଜୀବନ ରକ୍ଷା କରିଥିବାରୁ ଟୁକୁନା ମଳିକଙ୍କୁ ସମସ୍ତେ ପ୍ରଶଂସା କରିଥିଲେ ।

Leave a Reply

Your email address will not be published.