ଗୋବିନ୍ଦପୁର ଥାନାରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପୋଲିସ ପକ୍ଷରୁ ଗୋବିନ୍ଦପୁର ଥାନା ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କୁଚିଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜକିଶୋର ମିଶ୍ର ଏହି ଶିବିରକୁ ଉଦଘାଟନ କରିଥିବାବେଳେ, କନେଷ୍ଟବଳ ହାବିଲଦାର ସଂଘର ସଭାପତି ରାମଦାସ ପଣ୍ଡା ଏହାର ସଂଯୋଜନା କରିଥିଲେ । ୭୭ ୟୂନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ବୁର୍ଲା ରକ୍ତ ଭଣ୍ଡାରର ଡ଼ା ସତ୍ୟ ବ୍ରତ ମିଶ୍ର, ମୋଟିଭେଟର ଲାଲୁ ବିଶ୍ବାଳ, ଟେକ୍ନିସିଆନ ସୂର୍ଯ୍ୟବେହେରା, ଟଙ୍କଧର ବେହେରା ଏବଂ ପ୍ରହ୍ଲାଦ ବେହେରା ରକ୍ତ ସଂଗ୍ରହ କରିଥିଲେ । ରକ୍ତ ଦାନକରି ଥିବା ବ୍ୟକ୍ତି ମାନଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି ଶିବିରକୁ ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ କୁମାର ରଣା ଏବଂ ସମସ୍ତ ଷ୍ଟାପ୍ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ । ପୋଲିସ ପକ୍ଷରୁ ଆୟୋଜିତ ହୋଇଥିବା ଏହି ମହତ୍ କାର୍ଯ୍ୟକୁ ସବୁ ମହଲରୁ ଭୂୟସୀ ପ୍ରଶଂସା କରାଯାଇଛି ।

ସୁନ୍ଦରଗଡ଼ ରାଜଗାଙ୍ଗପୁରରୁ ଦଶରଥ ପୋଡ଼ଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.