ଗୋଇରବାହାଲ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅଧିନରେ ଥିବା ନୂଆଗାଁ ପଞ୍ଚାୟତର ଗୋଇରବାହାଲ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସଫେଇ ଏବଂ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କୁତ୍ରା ବ୍ଳକର ବିଜୁ ଯୁବ ଜନତା ଦଳର ସଭାପତି ବିନୋଦ ଟପୋ, ନୂଆଗାଁ ପଞ୍ଚାୟତର ସରପଞ୍ଚ ଯୋଲଜାସ ଖାଲଖୋ, ରଜନୀ କୁଲୁ, ମୁଦାର ସିଂ, ୟୁସୁଫ ଖାଲଖୋ, ସ୍ୱାତୀ କିସ୍ପଟା ଓ ଅମିତ୍ ହେରେଞ୍ଜ ପ୍ରମୁଖ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ ।

ଏହାସହ ରାସ୍ତାଘାଟ ସଫା ରଖିବା ସହିତ ଘର ପାଖରେ ପାଣି ଜମିବାକୁ ନଦେବା ଓ କରୋନା ମହାମାରୀ ପାଇଁ ସମସ୍ତେ ସରକାରଙ୍କ ନିୟମ ମାନି ମାସ୍କ ବ୍ୟବହାର କରିବା ସହିତ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ସଚେତନ ‌କରାଇଥିଲେ । ଗୋଇରବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶାରଦା ବେହେରା ଓ ଫାର୍ମାସିଷ୍ଟ ଏସଏନ ସାହୁ ସମସ୍ତଙ୍କୁ ମାସ୍କ ବଣ୍ଟନ କରିଥିଲେ।

Leave a Reply

Your email address will not be published.