ଲଟାବାଇଁଶିଆ ଗ୍ରାମରେ ବନବିଭାଗ ଦ୍ୱାରା ସମନ୍ୱୟ ମିଟିଙ୍ଗ ଅନୁଷ୍ଠିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଜଙ୍ଗଲ, ଜନ୍ତୁ, ଜୀବିକା ଓ ଜଳ ମନୁଷ୍ୟ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାବେଳେ ଏହାର ସୁରକ୍ଷା ଏବଂ ରକ୍ଷଣବେକ୍ଷଣ ନିତ୍ୟାନ୍ତ ଆବଶ୍ୟକ । ଯାହା ପାଇଁ ଆଜି କପିଳାସ ବନବିଭାଗ, ଜିଲ୍ଲା କୃଷି ବିଭାଗ ଏବଂ ପ୍ରାଣୀ ଚିକିତ୍ସା ବିଭାଗର ମିଳିତ ଆନୁକୂଲ୍ୟରେ ଲଟାବାଇଁଶିଆ ଗ୍ରାମରେ ଏକ ସମନ୍ୱୟ ମିଟିଙ୍ଗର ଆୟୋଜନ କରାଯାଇଥିଲା । ଉକ୍ତ ମିଟିଙ୍ଗରେ ଜଙ୍ଗଲ ଅଭିବୃଦ୍ଧି, ବନ୍ୟଜନ୍ତୁ ସୁରକ୍ଷା, ମନୁଷ୍ୟ ଏବଂ ବନ୍ୟା ଜନ୍ତୁଙ୍କ ମଧ୍ୟ ସମନ୍ୱୟ ରକ୍ଷା କରିବା ଦିଗରେ ଆଲୋକପାତ କରାଯାଇଥିଲା । କୃଷିଜାତ ଦ୍ରବ୍ୟର ଉତ୍ପାଦନ ଏବଂ ରକ୍ଷଣବେକ୍ଷଣ ସହ କୃଷକମାନଙ୍କ ପାଇଁ କୃଷି ଋଣର ସୁବିଧା କିଭଳି କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ପ୍ରାଣୀ ଚିକିତ୍ସା ବିଭାଗ ଦ୍ୱାରା ଘରୋଇ ଗୃହ ପାଳିତ ପଶୁମାନଙ୍କୁ ଭ୍ୟାକ୍ସିନେସନ ଏବଂ ସେମାନଙ୍କ ପାଇଁ ମିଳୁଥିବା ସମସ୍ତ ସରକାରୀ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ମିଟିଙ୍ଗରେରେ କପିଳାଶ ବନାଞ୍ଚଳ ଅଧିକାରୀ ବିଭୁତି ନନ୍ଦ ମିଶ୍ର, ବନପାଳ ସସ୍ମିତା ସ୍ୱାଇଁ, କ୍ଷେତ୍ର ସଂଯୋଜକ ବିଶ୍ୱମ୍ବର ମହାପାତ୍ର ଏବଂ ସବ୍ୟସାଚୀ ବେହେରା, ପିଏନଜିଓ ଅଧିକାରିଣୀ ରୋଜାଲିନ ପଲାଇ, ଭେଟେନାରୀ ଅଧିକାରୀ ଭି. ଭି. ଓ କୃଷ୍ଣ ମଲ୍ଲିକ, ଗ୍ରାମ ସେବକ ଅଞ୍ଜନ କୁମାର ସାମନ୍ତରାୟ, ଏପିଓ ଏମଜିଏନଆରଇଜିଏସ ସୁଦୀପ୍ତ ପଣ୍ଡା ଓ ଲଟାବାଇଁଶିଆ ବନସୁରକ୍ଷା କମିଟିର ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published.