ବାଲିଯାତ୍ରାକୁ ନେଇ ତେଜିଲା ବିବାଦ

କଟକ,(ନାଗରାଜ ନ୍ୟୁଜ): ବାଲିଯାତ୍ରା କୁ ନେଇ ତେଜିଲା ବିବାଦ। ବାଲିଯାତ୍ରାରେ ଜିଲା ପ୍ରସାସନ ର ମନମୁଖୀ କାର୍ଯ୍ୟକ୍ରମ । ପ୍ରଶ୍ନ ଉଠାଇଲା ଉଭୟ ମହାନଗର ପୂଜା କମିଟି ଓ ଶାନ୍ତି କମିଟି। ସମ୍ପୂର୍ଣ୍ଣ ବାଲିଯାତ୍ରା କୁ ସ୍ପେଶାଲ ଅଡିଟ ଦାବି କଲା ମହାନଗର ପୂଜା କମିଟି। ଦୁଇ ବର୍ଷ ବ୍ୟବଧାନ ପରେ ଚଳିତବର୍ଷ ପାଳନ ହୋଇଛି ବାଲିଯାତ୍ରା। 9 ଦିନ ପରିବର୍ତେ 10 ଦିନ ହେବା ପାଇଁ ସରକାର ନେଇଥିଲେ ନିସ୍ପତି। ତେବେ ଏହି ଖୁସି ଓ ଆନନ୍ଦ ମଧ୍ୟରେ ଗତକାଲି ଶେଷ ହୋଇଛି ବାଲିଯାତ୍ରା। ଆଉ ଆଜି ଉଠିଛି ବଡ଼ ବିବାଦ। ତମାମ ବାଲିଯାତ୍ରା ରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ କେତେ ଆୟ ହୋଇଛି ତାହା ସର୍ବ ସମୁଖକୁ ଆସିବା କୁ ଦାବି ହୋଇଛି। କାରଣ ଗୋଟିଏ ପଟେ ବ୍ୟବସାୟ ଅନ୍ୟପଟେ ମଞ୍ଚ ରେ ସଂକୃତିକ କାର୍ଯ୍ୟକ୍ରମ ରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ସମସ୍ତେ ଜାଣିବାର ଅଧିକାର ରହିଛି ବୋଲି କହିଛନ୍ତି ମହାନଗର ପୂଜା କମିଟି ସମ୍ପାଦକ ।

ଏହାସହ ନିମନ୍ତ୍ରଣ କରାଯାଇଥିବା ଅତିଥି ଚୟନ ,ନିମନ୍ତ୍ରଣ ପତ୍ର ବଣ୍ଟନ ରେ ବିଭ୍ରାଟ , ମଞ୍ଚ ର ନାଁମ କରଣ କୁ ତୁତୁ ମେଂ ମେଂ , ପଥ ଉତ୍ସବ ରେ ରାଜନୀତି କରଣ ,ଅସିଳ ସଙ୍ଗୀତ ପରିବେଷଣ ଯାହା ରାଜ୍ୟ ବାସୀ ଙ୍କୁ ଦେଇଛି ଏକ ଶକ୍ତ ଆଘାତ। ଏହାଛଡ଼ା ଉତ୍କଳ ଗୌରବ ମଧୁସଦନ ଦାସ ନାଁ ରେ ମଧୁମଞ୍ଚ କରିବା ପାଇଁ ବାଲିଯାତ୍ରା ରେ ଜାଗା ଟିକେ ନମିଳିବା ତାହା ମଧ୍ୟ ଏକ ସମ୍ବଦେନଶୀଳ ପ୍ରସଙ୍ଗ। ଏହା ବ୍ୟତୀତ କଟକ ଇନ କଟକ , ଦୋକାନ ବଜାର , ମଧ୍ୟରେ ଅହଂକାର ଭରି ରହିଥିଲା ବୋଲି କହିଛି ମହାନଗର ପୂଜା କମିଟି। ଗୋଟିଏ ପଟେ ବାଲିଯାତ୍ରା କୁ ଜାତୀୟ ସ୍ତରୀୟ ମାନ୍ୟତା ଦେବା ଲାଗି ସବୁ ପ୍ରୟାସ ଜାରି ରହିଛି। ହେଲେ ଇତି ମଧ୍ୟରେ ଏପରି ବିଭ୍ରାଟ କେବେ ବି ଗ୍ରହଣୀୟ ନୁହେଁ। ତେଣୁ ବାଲିଯାତ୍ରା ପରିଚାଳନା ଦାଇତ୍ୱ ଓ ନିଷ୍ପତି ନେବାର ଅଧିକାର ପ୍ରତ୍ୟକ୍ଷ ଭାବରେ ରାଜ୍ୟ ସରକାର ନିଅନ୍ତୁ ବୋଲି ଦାବି କରିଛି ମହାନଗର ପୂଜା କମିଟି ଓ ଶାନ୍ତି କମିଟି ।

Leave a Reply

Your email address will not be published.