ଜବରଦଖଲ ଦୋକାନୀଙ୍କଠାରୁ ୯ ହଜାର ଟଙ୍କା ଫାଇନ

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ ସହର ର ମୁଖ୍ୟ ରାସ୍ତା କଡ଼ର ଜବରଦଖଲ ଦୋକାନୀ ଙ୍କ ଠାରୁ ୯ ହଜାର ଟଙ୍କା ଫାଇନ ଆଦାୟ କଲା ପାଟଣାଗଡ଼ ଏନ୍ ଏ ସି ପାଟଣାଗଡ଼ ସହର ରେ ଟ୍ରାଫିକ ସମସ୍ୟା ଦୀର୍ଘ ଦିନ ଧରି ଦେଖାଯାଉଥିବା ଆଜି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହ ଅଧିକାରୀ ଗୈାରହରୀ ମହନ୍ତ ଙ୍କ ନେତୃତ୍ବରେ ଏକ ଟିମ୍ ଓ ପୋଲିସ ର ସହଯୋଗ ରେ ସହର ମୂଖ୍ୟ ରାସ୍ତା କଡ଼ର ଜବରଦଖଲ କରିଥିବା ଦୋକାନୀ ଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ସୂଚନା ଅନୁସାରେ ପାଟଣାଗଡ଼ ସହର ମୂଖ୍ୟ ରାସ୍ତାରେ ଗାଡ଼ି ମଟର ଭିଡ଼ି ବେଳେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ରହୁଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର ସମାଧାନ ପାଇଁ ଆଜି ପାଟଣାଗଡ଼ ଏନ୍ ଏ ସି ପକ୍ଷରୁ ରାସ୍ତା କଡ଼ର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇ ରାସ୍ତା କଡ଼ର ଜବରଦଖଲ ଦୋକାନୀ ଙ୍କ ଠାରୁ ୯ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଏନ୍ ଏ ସି କାର୍ଯ୍ୟ ନିର୍ବାହ ଅଧିକାରୀ ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି । ଏଥିରେ ପାଟଣାଗଡ଼ ଏସଡିପିଓ ଜ୍ୟୋର୍ତୀମୟ ଭୁକ୍ତା , ଥାନା ଅଧିକାରୀ ଅନନ୍ତ ପ୍ରଧାନ ଙ୍କ ସହ ଏନ୍ ଏ ସି ର ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published.