ଜାତୀୟ ମତଦାତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ(ନାଗରାଜ ନ୍ୟୁଜ): ଚଳିତ ମାସ ୨୫ ତାରିଖରେ ପାଳିତ ହେବ ପୁରୀ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ।ଏହାକୁ ସୁନ୍ଦର ଭାବେ ପାଳନ ସହ ଭୋଟର ମାନଙ୍କୁ ସେମାନଙ୍କ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ଏହି ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚନା ଦେଇଛନ୍ତି ଇଲେକ୍ଟୋ୍ରାଲ ରେଜିଷ୍ଟ୍ରେସନ ଅଫିସର ଓ ଉପଜିଲ୍ଲାପାଳ ଭବତାରଣ ସାହୁ।ଆଜି ଅପରାହ୍ନ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଶ୍ରୀ ସାହୁ ଅଧ୍ୟକ୍ଷତା କରିବା ସହ ଯୋଗ୍ୟ ବ୍ୟକ୍ତି ଙ୍କୁ ଭୋଟର ତାଲିକାରେ ସାମିଲ କରିବା, ଯୁବ ଭୋଟର ମାନଙ୍କୁ ମତଦାନ ପାଇଁ ପ୍ରୋତ୍ସାହିତ କରିବା, ନୂଆ ଭୋଟର କାର୍ଡ଼ ପ୍ରଦାନ କରିବା ଓ ସଚେତନତା ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ।୨୫ ତାରିଖ ଅପରାହ୍ନ ୧.୩୦ ମିନିଟ ସମୟରେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏ ସମ୍ପର୍କରେ ବୈଠକ ଅନୁଷ୍ଠିତ ହେବ।ଏଥିରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ ଓ ନୂତନ ଭୋଟର ଙ୍କୁ ଭୋଟର କାର୍ଡ ପ୍ରଦାନ କରାଯିବା ପାଇଁ ସ୍ଥିର ହେଲା। ଏହି ବୈଠକରେ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର, ପୁରୀ ତହସିଲଦାର କ୍ଷିରୋଦ କୁମାର ବେହେରା, ସହକାରୀ ଜିଲ୍ଲାପାଳ ରାଜବଲ୍ଲଭ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ,ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ର ରିଡର ଡା ହରପ୍ରିୟା ଦାଶ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ .

Leave a Reply

Your email address will not be published.