ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣରେ ବସିଲେ ପୁରୀର ବ୍ୟବସାୟୀ ସଂଘ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ବେଳାଭୂମିରେ ଉନ୍ନତିକରଣ ପାଇଁ ଚାଲିଥିବା କାର୍ୟ୍ୟକୁ ବିରୋଧ କରୁଛନ୍ତି ବ୍ୟବସାୟୀ ସଂଘ । ବୁଲା ଓ ଉଠା ବ୍ୟବସାୟୀଙ୍କୁ ବିନା ଥଇଥାନରେ ବେଳାଭୂମିରେ ଗୋଟିଏ ପରେ ଗାଟିଏ ଜାଗାରେ ବ୍ୟବସାୟ କରିବାକୁ ବାରଣ କରାଯାଉଛି । ଶେଷରେ ବେଳାଭୂମିରେ କର୍ୟ୍ୟବନ୍ଦ କରି ଦୀର୍ଘ ୧ ସପ୍ତାହ ହେବ ଅହରାତ୍ର ଧାରଣାରେ ବସିଥିଲେ ଏହି କ୍ଷୁଦ୍ର ବ୍ୟବସାୟୀମାନେ । ରାଜ୍ୟରେ ଶୀତର ଲହରୀ ଚାଲିଥିବାବେଳେ ରାତିତମାମ ବସି ରହି ପ୍ରତିବାଦ କଲେ ମଧ୍ୟ ପ୍ରଶାସନ ସେମାନଙ୍କ ଦାବିକୁ କର୍ଣ୍ଣପାତ ନକରିବାରୁ ସେମାନେ ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣରେ ବସିଛନ୍ତି । ପୁର୍ବରୁ ଡେଂନମାର୍କର ଏକ ସଂସ୍ଥାକୁ ବ୍ଲୁ ଫ୍ଲାଗ ବିଚ ପାଇଁ ଦାୟିତ୍ୱ ଦିଆଯାଇଥିଲା ଏବଂ ବିରୋଧ ମଧ୍ୟ ହୋଇଥିଲା । ବ୍ଲୁ ଫ୍ଲାଗ ବିଚ ଯୋଗୁ ଅନେକ ବ୍ୟବସାୟୀ ଜୀବିକା ହରାଇଥିଲେ । ବ୍ଲୁ ଫ୍ଲାଗ ଠାରୁ ଟିକେଟ ରଖାଯାଉଥିବାବେଳେ ବୁଲା ବ୍ୟବସାୟୀଙ୍କୁ ବ୍ୟବସାୟ କରିବା ନିମନ୍ତେ ବାରଣ କରାଯାଉଛି । ପରେ ବିଚ ଫ୍ରାଣ୍ଟ ଡେଭଲପମେଣ୍ଟ ଯୋଜନାଁରେ ଦିଗବାରିଣୀ ବେଳାଭୂମିରୁ ବୁଲା ଓ ଉଠା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା । ଏବେ ପୁଣି ଚକ୍ରତୀର୍ଥଠାରୁ ଶଙ୍କର ଇଣ୍ଟରନ୍ୟାସନାଲ ପର୍ୟ୍ୟନ୍ତ ଉନ୍ନତ୍ତିକରଣ କାର୍ୟ୍ୟ ଆରମ୍ଭ ହୋଇଛି । ଯାହାକୁ ବିରୋଧ କରି ଅହରାତ୍ର ଧାରଣା ପରେ ସୁଫଳ ନମିଳିବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏହି ବ୍ୟବସାୟୀମାନେ ।

Leave a Reply

Your email address will not be published.