ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ତରଫରୁ ସ୍ୱର୍ଗତ ଅରିନ୍ଦମ ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବାଙ୍କୀ, (ନାଗରାଜ ନ୍ୟୁଜ): ହାତୀ ଉଦ୍ଧାର କରିବାକୁ ଯାଇଥିବା ସମୟରେ ଓଡ୍ରାଫ ବୋର୍ଟ ଦୁର୍ଘଟଣାରେ ଅକାଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଖବର ପରିବେଷଣ ଗଣମାଧ୍ୟମ ପ୍ରତିନିଧି ଆଉ ଜଣେ ଓଡ୍ରାଫ ଟିମର କର୍ମଚାରୀ । ଏବେ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ଗଣମାଧ୍ୟମର ଜଣେ ନିର୍ଭିକ ପ୍ରତିନିଧିଙ୍କ ଅକାଳ ବିୟୋଗରେ ସାରା ଓଡ଼ିଶାର ବିଭିନ୍ନ ସାମ୍ୱାଦିକ ସଂଘ ମର୍ମାହତ ହୋଇପଡିଛି । ସେପଟେ ବାଙ୍କୀର ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ପକ୍ଷରୁ ମା ଚର୍ଚ୍ଚିକାଙ୍କ ପୀଠରେ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଦୀପଦାନ କରିଥିଲେ । ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ମୁତି ଚାରଣ କରାଯାଇଥିଲା । ଏଥିରେ ବାଙ୍କୀର କାର୍ୟ୍ୟରତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ସଭାପତି ଅରବିନ୍ଦ ବିରବର ହରିଚନ୍ଦନ ଓ ସମ୍ପାଦକ ମନୋଜ ଦଳାଇ ଉପସ୍ଥିତ ରହି ମା’ଙ୍କ ନିକଟରେ ଦୀପ ଦାନ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published.