ମହିଳା ସରପଞ୍ଚଙ୍କୁ ଦୁର୍ବ୍ଯବହାର

କଟକ, (ଭରତ ମହାରଣା): ମହିଳା ସରପଞ୍ଚଙ୍କୁ ର୍ଦୁବ୍ୟବହାର । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ ଅଅଁଳ ପଞ୍ଚାୟତରେ । ସୂଚନା ଅନୁଯାୟୀ ଆଜି ଅଅଁଳର କଳିଆଘାଇ ହାଟ ନିଲାମକୁ ନେଇ କଟକ ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ଅଜୟ କୁମାର ସ୍ୱାଇଁ ଓ ତାଙ୍କର‌ ଜଣେ ସହଯୋଗୀ ସରପଞ୍ଚ ସ୍ନିଗ୍ଧା ମହାନ୍ତିଙ୍କ ପୁତୁରାକୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ସରପଞ୍ଚ ଏହାକୁ ବିରୋଧ କରିବାରୁ ସେମାନେ ମହିଳା ସରପଞ୍ଚ ଜଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ।

ଏହାସହିତ ପଞ୍ଚାୟତରେ ପଶି ଭଙ୍ଗାରୁଜା ମଧ୍ୟ କରିଥିଲେ । ନିଲାମ ସମୟରେ ସରକାରୀ ଅଧିକାରୀ ଜୀପିଓ, ଏସଡିପିଓ ଓ ପିଓଙ୍କ ସମେତ ସରପଞ୍ଚ ଉପସ୍ଥିତ ଥିବା ଜଣାଯାଇଛି । ଘଟଣାକୁ ନେଇ ସରପଞ୍ଚ ନିଆଳି ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି । ଆକ୍ରମଣ କାରିଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ରହିଛି ଏଣୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ସୁଚନାଥାଉକି ଗତ ବର୍ଷ କରୋନାରେ ସରପଞ୍ଚଙ୍କ ସ୍ବାମୀ ମୃତ୍ୟୁବରଣ କରିଛନ୍ତି ।

Leave a Reply

Your email address will not be published.