ଅକ୍ଷୟ ତୃତୀୟା ପାଳନ କଲେ ବଲାଙ୍ଗୀର ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ଚାଷୀମାନଙ୍କ ମୁଖ୍ୟପର୍ବ ଅକ୍ଷୟ ତୃତୀୟା l ଏହି ଦିନରେ ଚାଷୀ ଅଖିମୁଠି ଅନୁକୂଳ କଲେ ବର୍ଷକ ଯାକରେ ଭଲ ଫସଲ ହୁଏ ବୋଲି ଯେଉଁ କଥା ରହିଛି ତାକୁ ଆଧାର କରି ଚାଷୀଭାଇ ଅଖି ମୁଠ ଅନୁକୂଳ କରିଛନ୍ତି l ଏହି ଦିନରେ ଯାହା କଲେ ବି ତାହା କେବେ କ୍ଷୟ ହୁଅନି l ଆଜିର ପବିତ୍ର ଦିନରେ ଚାଷୀ ମା ଲକ୍ଷ୍ମୀଙ୍କୁ ପୂଜାର୍ଚନାକରି ମାଟିରେ ଧାନ ବିହନ ପକାଇ ହଳଲଙ୍ଗଳ ଚଷିବାର ଶୁଭାରମ୍ଭ କରିଥାଏ l ଏ ପବିତ୍ରମୟ ଦିନରେ ଚାଷୀ ନିଜ ଜୀବନ ଜୀବିକାର ଶୁଭମୁହୂର୍ତ୍ତକୁ ନିରାଡ଼ମ୍ବର ସହିତ ପାଳନ କରିଥାନ୍ତି l ଚାଷୀମାନଙ୍କୁ ଉତ୍ସାହିତ କରିବାପାଇଁ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଚାଷୀମାନଙ୍କ ସହିତ ମିଶି ଅକ୍ଷୟ ତୃତୀୟା ପାଳନ କରିଥିଲେ l ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିଜେ ହଳ ଲଙ୍ଗଳ ସହିତ ଧାନ ବିହନ ମାଟିରେ ପକାଇ ଶୁଭାରମ୍ଭ କରିଥିଲେ l ଏହି ଶୁଭମୁହୂର୍ତ୍ତରେ ଚାଷୀମାନେ ଆନନ୍ଦରେ କରତାଳି ଓ ମହିଳାମାନେ ହୁଳହୁଳିଦେଇ ସ୍ୱାଗତ ଜଣାଇଥିଲେ l ଉକ୍ତ ପାଳନ ଉତ୍ସବରେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଚାଷୀମାନଙ୍କର ଉନ୍ନତର କାମନା କରିଥିଲେ l

Leave a Reply

Your email address will not be published.