ସର୍ବ ଭାରତୀୟ ସଫ୍ଟ ବଲ ଚମ୍ପିୟାନସିପ ଉଦଯାପିତ

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ରେ ଗତ 5 ତାରିଖ ଠାରୁ ଆରମ୍ଭ ହୋଇଥିବା 44 ତମ ସର୍ବ ଭାରତୀୟ ସଫ୍ଟ ବଲ ଚମ୍ପିୟାନସିପ ଆଜି ଉଦଯାପିତ ହୋଇ ଯାଇଛି। ମହିଳା ବିଭାଗରେ ମହାରାଷ୍ଟ୍ର ଓ ପୁରୁଷ ବିଭାଗରେ ଆନ୍ଦ୍ରପ୍ରଦେଶ ଦଳ ଚାମ୍ପିଅନ ହୋଇଥିବା ବେଳେ ଉଭୟ ବିଭାଗରେ ପଞ୍ଜାବ ଦଳ ରନର ଅପ ହୋଇଛି।ଆଜି ଅନୁଷ୍ଠିତ ପୁରୁଷ ବିଭାଗ ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ଆନ୍ଧ୍ର ପ୍ରଦେଶ ଦଳ ସଂଘର୍ଷ ପୂର୍ଣ ଭାବେ ଲଢେଇ କରି ପଞ୍ଜାବ ଠାରୁ 1-0ରେ ଜିତି ଚାମ୍ପିଅନ ହୋଇଥିଲା ।ସେହିପରି ମହିଳା ବିଭାଗ ରେ ମହାରାଷ୍ଟ୍ର ଦଳ 5-0ରେ ପଞ୍ଜାବକୁ ହରାଇ ଚମ୍ପିୟାନ ହୋଇଥିଲା।ଚମ୍ପିୟାନସିପ ରେ ପୁରୁଷ ବର୍ଗ ରେ ଛତିଶ ଗଡ ଓ ମହିଳା ବର୍ଗ ରେ କେରଳ ଟିମ୍ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଚ ମେଡାଲ ହାତେଇ ଛନ୍ତି।ସେହିପରି ମହିଳା ବିଭାଗରେ ଶ୍ରେଷ୍ଠ ପିଚର ଭାବେ ମହାରାଷ୍ଟ୍ରର ସ୍ୱପ୍ନାଲି ଭାଇତାଣ୍ଡୁ,ଶ୍ରେଷ୍ଠ କ୍ୟାଚର ଭାବେ ମହାରାଷ୍ଟ୍ରର ଐଶ୍ୱର୍ଯ୍ୟା ପୁରୀ,ତଥା ଶ୍ରେଷ୍ଠ ଖେଳାଳି ଭାବେ ପଞ୍ଜାଵ ର ମଂପ୍ରୀତ ସିଂ ପୁରସ୍କୃତ ହୋଇଥିଲେ।ସେହିପରି ପୁରୁଷ ବିଭାଗରେ ଶ୍ରେଷ୍ଠ ପିଚର ଭାବେ ପଞ୍ଜାବର ସୁରେଶ ,ଶ୍ରେଷ୍ଠ କ୍ୟାଚର ଭାବେ ଆନ୍ଦ୍ରପ୍ରଦେଶ ର ରାମ ବାବୁ, ଶ୍ରେଷ୍ଠ ଖେଳାଳି ଆନ୍ଦ୍ର ପ୍ରଦେଶର ସାଗର ବାବୁ ପୁରସ୍କୃତ କାରାଯାଇଥିଲା। ଭାରତର ବିଭିନ୍ନ ରାଜ୍ୟ ରୁ 26 ଟି ପୁରୁଷ ଓ 24 ଟି ମହିଳା ଦଳ ଏହି ଚାମ୍ପିଅନସିପ ରେ ଭାଗ ନେଇଥିବା ବେଳେ ଆଜି ଉଦଯାପନି ଉତ୍ସବରେ ପୁରସ୍କାର ବିତରଣ କରଯାଇଥିଲା। ପୁରୀ ତାଳ ବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଅନୁଷ୍ଠିତ ଉଦଯାପନି ଉତ୍ସବ ରେ ଓଡ଼ିଆ ଲିଫ୍ଟ ଇରିଗେଶନ କର୍ପୋରେଶନ ର ଅଧ୍ୟକ୍ଷ ଅମରେଶ ପତ୍ରୀ ମୁଖ୍ୟ ଅତିଥଭାବେ ଯୋଗ ଦେଇ ଚମ୍ପିୟାନ ଟିମ୍ କୁ ଟ୍ରଫି ପ୍ରଦାନ୍ କରିବା ସହ ପୁରସ୍କୃତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳ ର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ ଙ୍କ ସହ ପୁରୀ ଜିଲା କ୍ରୀଡା ଅଧିକାରି ଚନ୍ଦନ କୁମାର ସାହୁ, ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ପୁରୀ ରେ ଏହି ସର୍ବ ଭାରତୀୟ ସଫ୍ଟ ବଲ ଚମ୍ପିୟାନସିପ ରେ ଭାଗ ନେଇ ଖେଳାଳି ବେଶ୍ ଉତ୍ସାହିତ ହୋଇଥିବାବେଳେ ଆଗାମୀ ଦିନରେ ସଫ୍ଟ ବଲ କ୍ରୀଡା କୁ ଓଡ଼ିଶାରେ ଲୋକ ପ୍ରିୟ କରାଇବା ଦିଗରେ ଏଭଳି ଟୁର୍ଣ୍ଣାମେଂଟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।ପୁରୀ ଜିଲ୍ଲା ପ୍ରଶାସନର ସହଯୋଗ ତଥା ରାଜ୍ୟ ସଫ୍ଟବଲ ସଂଘ ପକ୍ଷରୁ ଏହି ପ୍ରତିଯୋଗିତା ପରିଚାଳନାରେ ରାଜ୍ୟ ସଫ୍ଟବଲ ସଙ୍ଘର ସଭାପତି ଦୀପକ ଗୌଡ଼,ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ,ଯୁଗ୍ମ ସମ୍ପାଦକ ରାଜକିଶୋର ପଟ୍ଟନାୟକ,ସୌମିତ୍ର ହରିଚନ୍ଦନ,ସତିକାନ୍ତ ପଟ୍ଟନାୟକ,ରାକେଶ ମିଶ୍ର,ନିରଞ୍ଜନ ମିଶ୍ର,ସୌରଭ ରଥ,ଏଲୋରା କାନୁନଗୋ, ଅରବିନ୍ଦ ଦାସ,ସୁଚାରିତା ପଟ୍ଟନାୟକ,ସୌଭାଗ୍ୟ ସାହୁ,ସୌମ୍ୟ ରଞ୍ଜନ ସାହୁ,ବିଭୁ ପଶୁପାଳକ,ଅମୀୟ ନାଗ,ଲଖନ ଆଚାରି ,ଅଶୋକ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published.