ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ ): ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାର ମାଲିଡିହି ପଞ୍ଚାୟତ ଅଞ୍ଚଳରେ ଏକ ଦନ୍ତାହାତୀ ଆଖପାଖ ଅଞ୍ଚଳରେ ବହୁ ଧନଜୀବନ ନଷ୍ଟ କରି ବନବିଭାଗର ନିଦ ହଜେଇ ଦେଇଛି । ଗୋଟେ ସପ୍ତାହ ପୂର୍ବରୁ ଏହି ହାତୀ ଟିମାଲିଡିହି ପଞ୍ଚାୟତର ରାନୀପିଆ ଗ୍ରାମର ରଞ୍ଜିତ ବାର୍ଲାଙ୍କୁ ଗୋଡ଼ରେ ଦଳି ଦେଇଥିଲା । ସେହିପରି ଗତକାଲି ସନ୍ଧ୍ୟାରେ ଉକ୍ତ ପଞ୍ଚାୟତର ଡୁଡିଗ୍ରାମର ଜଷ୍ଟିନପଡା ନିବାସୀ ସବର୍ଣ ଯୋଯୋଙ୍କୁ ପାଦରେ ଦଳି ଦେଇଥିଲା । ଏହାପରେ ଗ୍ରାମବାସୀ ପୁଲିସ ଏବଂ ବନବିଭାଗକୁ‌ ଖବର ଦେଇଥିଲେ । ଖବରପାଇ ବନବିଭାଗ ଏବଂ ରାଜଗାଙ୍ଗପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି ।

Leave a Reply

Your email address will not be published.