ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କଟକ ମହାନଗର ନିଗମରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ, (ନାଗରାଜ ନ୍ୟୁଜ): ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କଟକ ମହାନଗର ନିଗମରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ଜଳମଗ୍ନ ହୋଇପାରେ ସହର । ତେଣୁ ଜଳ ନିଷ୍କାସନ ପାଇଁ ୨୦୦ ମୋଟର ପମ୍ପ ମୁତୟନ ରହିବା ନିହାତି ଆବଶ୍ୟକ । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ୨୦ ଏବଂ ଆବଶ୍ୟକ ହେଲେ ୨୫ଟି ନୂତନ ପମ୍ପକୁ ମଧ୍ୟ ମୁତୟନ କରାଯିବ ।ଏହାସହ ଜାଇକା କରିଥିବା ବ୍ଳକେଜ ଅବରୋଧକୁ ହଟାଯିବ । ଏବେ ମୁଖ୍ୟ ନାଳରୁ ପଙ୍କ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମେୟର । ବୈଠକରେ ମେୟର ସମେତ କମିଶନର ଓ ଅନ୍ୟାନ୍ୟ ବିଭାଗୀୟ ଅଧକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.