ପୁରୀରେ ଅନନ୍ତ ଅମ୍ବାନୀ

ପୁରୀ,(ନାଗରାଜ ନ୍ୟୁଜ): ବିବାହ ବନ୍ଧନରେ ଆବଧ ହେବା ପୂର୍ବରୁ ଶ୍ରୀ ଜୀଉ ଙ୍କର ଆଶିଷ ଲାଭ କରିଛନ୍ତି ଅନନ୍ତ ଅମ୍ବାନୀ l ଶ୍ରୀ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ର ସମନ୍ୱୟ ରେ ଶ୍ରୀ ମନ୍ଦିର ଯାଇ ଦର୍ଶନ କରିଥିଲେ ଅନନ୍ତ ଅମ୍ବାନୀ l କଡା ସୁରକ୍ଷା ବଳୟ ଭିତରେ ଅନନ୍ତ ବାଇଶି ପାହାଞ୍ଚ ଦେଇ ଘଣ୍ଟି ଦ୍ୱାର ଦେଇ ଜଗ ମୋହନ ନିକଟରେ ପ୍ରବେଶ କରିଥିଲେ l ଭିତର କାଠ ନିକଟରେ 10 ମିନିଟ ରହି ଶ୍ରୀ ଜୀଉ ଙ୍କ ଦର୍ଶନ କରିଥିଲେ l ପରେ ପରେ ମୁକ୍ତି ମଣ୍ଡପ ରେ ବ୍ରାହ୍ମଣ ମାନଙ୍କ ଙ୍କ ଆଶ୍ରିବାଦ ନେଇ ମା ବିମଳା ମନ୍ଦିର, ପଶ୍ଚିମ ଦ୍ୱାର ସ୍ଥିତ କାନପତା ହନୁମାନ ଓ ମା ମହାଲକ୍ଷ୍ମୀ ଙ୍କ ଦର୍ଶନ ସାରି ବାଇଶି ପହାଞ୍ଚ ଦେଇ ପ୍ରତ୍ୟାବର୍ତନ କରିଥିଲେ l ସିଂଘ ଦ୍ୱାର ସମୁଖ ରେ ଅଟକି ଗଣମାଧ୍ୟମ କୁ ପ୍ରତିକ୍ରିୟା ରେ କହିଥିଲେ ମହା ପ୍ରଭୁ ଙ୍କ ଦୃଲଭ ଦର୍ଶନ କରି ବେଶ ଭଲ ଲାଗିଲା ଜଗନ୍ନାଥ ଙ୍କ କୃପା ରହୁ ଏହା ମୋର ପ୍ରାଥନା ଆପଣ ସମସ୍ତ ଙ୍କ ଆଶ୍ରିବାଦ ରହୁ l ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ ବାଇଶି ପାହଞ୍ଚ ରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁ ଙ୍କ ଖଣ୍ଡୁଆ ବସ୍ତ୍ର ଶ୍ରୀ ମନ୍ଦିର କ୍ୟାଲେଣ୍ଡର ଓ ସ୍ୱତନ୍ତ୍ର ପ୍ୟାକେଟ ପ୍ରଦାନ କରାଯାଇଥିଲା l ମହା ପ୍ରଭୁ ଙ୍କ ଦର୍ଶନ ଭଲ ହେବା ସହ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ପ୍ରଣାମ କରି ଜୟ ଜଗନ୍ନାଥ କାହି ପତ୍ୟବର୍ତନ କରିଥିଲେ l

Leave a Reply

Your email address will not be published.