୮ ଦଫା ଦାବି ନେଇ କଙ୍କଡାହାଡ଼ ବ୍ଲକ ସିଡିପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଙ୍ଗନାୱାଡି ୱାର୍କରଙ୍କ ଧାରଣା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ର କାର୍ୟ୍ଯରତ ଅଙ୍ଗନାୱାଡି କର୍ମୀ ସମୂହ ଆଜି ଅଙ୍ଗନାୱାଡି କର୍ମୀ ସଙ୍ଘ ର ସଭାନେତ୍ରୀ ମାନସି ମହାପାତ୍ର,ସମ୍ପାଦିକା ଶାନ୍ତିଲତା ଶତପଥୀ ଙ୍କ ନେତୃତ୍ୱରେ ଆଜି କଙ୍କଡାହାଡ଼ ବ୍ଲକ ସିଡିପିଓ କାର୍ଯ୍ୟାଳୟ ସାମ୍ନାରେ ଆଜିଠାରୁ ୮ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବ୍ଲକର ସମସ୍ତ ଅଙ୍ଗନାୱାଡି କର୍ମୀ ଏକ ଦାବିପତ୍ର ସିଡିପିଓଙ୍କ ପାଖରେ ଦେଇ ଅନିର୍ଦ୍ଦିଷ୍ଟ ପାଇଁ ଧାରଣାରେ ବସିଥିଲେ ।ସେମାନଙ୍କ ଦାବି ୨୦୧୮ ମସିହାରେ ବହିସ୍କୃତ ହେଇଥିବା ୬ ଜଣ ଅଙ୍ଗନାୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି,ଅଙ୍ଗନାୱାଡି କର୍ମଚାରୀ ଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ,ମିନି ଅଙ୍ଗନାୱାଡି ଉଛେଦ କରି ମୁଖ୍ୟ ଅଙ୍ଗନାୱାଡି କର୍ମୀ ମାନ୍ୟତା,ଅଙ୍ଗନାୱାଡି କାର୍ମଚାରି,ମିନି ଅଙ୍ଗନାୱାଡି କର୍ମଚାରୀ ଓ ସହାୟକ ମାନଙ୍କୁ ଅବସର କାଳୀନ ସହାୟତା ୫ ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା,କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନାୱାଡି କାର୍ମଚାରି ମାନଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ପରିବାରକୁ ୫ ଲକ୍ଷ ଟଙ୍କା ଓ ପରିବାରର ଜଣକୁ ନିଯୁକ୍ତି ଦିଆଯାଉ।ଗାଁ କଲ୍ୟାଣ ସମିତି ରୁ ଅଙ୍ଗନାୱାଡି କର୍ମଚାରୀଙ୍କୁ ବାଦ ଦିଆଯାଉ ।ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ସମସ୍ତ ଅଙ୍ଗନାୱାଡି କର୍ମଚାରୀ ଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା,୫୦%ଅଙ୍ଗନାୱାଡି କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଉଥିଲା ବେଳେ ଆଉ ୫୦% ସ୍ନାତକ ଓ ତଦୁର୍ଦ୍ଧ ଅଙ୍ଗନାୱାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦପି ରେ ପଦୋନ୍ନତି ଦିଆଯାଉ ଏଭକି ୮ ଗୋଟି ଦଫା ର ଦାବି ନେଇ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରଣୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.