ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସଂସଦର ବାର୍ଷିକୋତ୍ସବ

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶାର ସର୍ବପୁରାତନ ମହିଳା ଶିକ୍ଷାନୁଷ୍ଠାନ ତଥା କଟକର ଶୈଳବାଳା ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟର ଛାତ୍ରୀ ସଂସଦର ବାର୍ଷିକୋତ୍ସବ ଆଜି ମହିଳା ମହାବିଦ୍ୟାଳୟର ପରିସର ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଦୀର୍ଘ ଦୁଇବର୍ଷ ବ୍ୟବଧାନ ପରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । କରୋନା କଟକଣା ଯୋଗୁଁ ବାର୍ଷିକ ଉତ୍ସବକୁ ସ୍ଥଗିତ ରଖାଯାଇଥିଲା । ସରକାରଙ୍କର ମହାବିଦ୍ୟାଳୟରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ବେଳେ କେବଳ ମହାବିଦ୍ୟାଳୟର କର୍ତ୍ତୁପକ୍ଷଙ୍କର ମନୋନୀତ ପ୍ରାର୍ଥୀ ମାନଙ୍କୁ ଛାତ୍ରୀ ସଂସଦର କର୍ମକର୍ତ୍ତା ଭାବରେ ଅବସ୍ଥାପିତ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ପ୍ରଫେସର ଗାୟତ୍ରୀ ବିଶ୍ବାଳଙ୍କର ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଶା ସରକାରଙ୍କର ଶ୍ରମ ଓ ସାମାଜିକ କଲ୍ୟାଣ ବିଭାଗର ଅଧ୍ୟକ୍ଷ ଶ୍ରୀମତୀ ଶ୍ରୀମୟୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅତୀତ ଇତିହାସ ସମ୍ପର୍କରେ ସୂଚନା ଦେଇ କହିଲେ ଏହି ମହାବିଦ୍ୟାଳୟକୁ ନେଇ ପ୍ରତେକ ଛାତ୍ରୀ ନିଜକୁ ଗର୍ବ ଅନୁଭବ କରିଥାଏ । ତେଣୁ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଶ୍ରୀମତୀ ମିଶ୍ର ଆହ୍ୱାନ ଦେଇଥିଲେ । ରମାଦେବୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ସଂସଦର ସଭାପତି ଇପ୍ସିତା ସାହୁ, ମୋ ପରିବାରର ସଂଯୋଜକ ତଥା ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ ଏବଂ ସିଏମସି ର ଡେପୁଟି ମେୟର ଦମୟନ୍ତୀ ମାଝୀ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ କହିଲେ ନାରୀ ମାନଙ୍କୁ ଶିକ୍ଷିତ କରିବା ଏବଂ ନାରୀ ଶିକ୍ଷାର ପ୍ରସାର ଓ ପ୍ରଚାର ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ ଏହି ମହିଳା ଶିକ୍ଷାନୁଷ୍ଠାନଟି ପ୍ରତିଷ୍ଠା କରିଥିଲେ । ଆଜି ଏହା ଏକ ସର୍ବବୃହତ ମହିଳା ଶିକ୍ଷାନୁଷ୍ଠାନ ଭାବରେ ନିଜର ପରିଚୟ ସୃଷ୍ଟି କରିଛି । ପ୍ରାରମ୍ଭରେ ଅଧ୍ୟକ୍ଷା ପ୍ରଫେସର ଡ଼ଃ ଗାୟତ୍ରୀ ବିଶ୍ବାଳ ପ୍ରଗଳ୍ଭ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଡଃ ସଂଘମିତ୍ରା ପଣ୍ଡା ଏବଂ ଛାତ୍ରୀ ସଂସଦର ପ୍ରତିନିଧି ଇନ୍ଦୁ ରେଖା ମହାପାତ୍ର କାର୍ଯ୍ୟକ୍ରମର ସୂଚନା ଦେଇ ଏହି ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହିତ ଏହି ମହାବିଦ୍ୟାଳୟର କ୍ରୀଡା ଏବଂ ସର୍ବଭାରତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ସଫଳତା ବିଷୟରେ ସୂଚନା ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଅଧ୍ୟକ୍ଷା ଡଃ ବିଶ୍ୱାଳ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ କରାଯାଇଥିଲା । ଶେଷରେ ମମତା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.