କନିଷ୍ଠ ଡାକ୍ତର ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶାର ସର୍ବପୁରାତନ ମେଡିକାଲ କଲେଜ ତଥା କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ଡ଼ାକ୍ତର ଖାନାର କନିଷ୍ଟ ଡାକ୍ତର ସଂଘର ବାର୍ଷିକ ଉତ୍ସବ ଆଜି ମେଡିକାଲ ପରିସର ନୂତନ ପ୍ରେଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଡକ୍ଟର ଅଭିଷେକ ବିଶ୍ଵାଳ କାର୍ଯ୍ୟ କ୍ରମରେ ସଭାପତିତ୍ବ କରିଥିଲେ। ଓଡ଼ିଶା ଲୋକ ସେବା ଆୟୋଗର ଅଧକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କନିଷ୍ଠ ଡାକ୍ତର ସଂଘର ବାର୍ଷିକ ଉତ୍ସବ କୁ ଉଦ୍ଘାଟନ କରି କହିଲେ ରୋଗୀ ସେବା କ୍ଷେତ୍ରରେ କନିଷ୍ଠ ଡାକ୍ତର ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ରୋଗୀମାନଙ୍କୁ ଉନ୍ନତ ମାନର ଚିକ୍ଟସ୍ୟା ଯୋଗାଇ ଦେବା ସହ ସେମାନଙ୍କର ଦାଇତ୍ୱ ଓ କର୍ତ୍ତବ୍ୟ ପାଳନ କରୁଛନ୍ତି । କଟକ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ତଥା ପୂର୍ବତନ ଆର ଡି ସି ଅନୀଲ ସାମଲ ପ୍ରଫେସର୍ ଡକ୍ଟର ଦତ୍ତେଶ୍ୱର୍ ହୋତା,ଡକ୍ଟର ବ୍ରଜ କିଶୋର ଦାସ, କାର୍ଯ୍ୟ କ୍ରମରେ ଅତିଥି ଭାବରେ ଯୋଗଦେଇ କହିଲେ କଟକ ବଡ ଡାକ୍ତରଖାନା ବିଶ୍ୱ ସ୍ତରୀୟ ଡାକ୍ତର ଖାନାରେ ପରିଣତ ହେବାକୁ ଯାଉଛି। ଯାହା ଫଳରେ ଡାକ୍ତର ଖାନାର୍ ରୂପ ବଦଳି ଯିବ। ରାଜ୍ୟ ସରକାର କଟକ ବଡ ଡାକ୍ତରଖାନାକୁ ବିଶ୍ୱ ସ୍ତରୀୟ ଡାକ୍ତର ଖାନାରେ ପରିଣତ କରିବା ପାଇଁ ଯେଉଁ ଯୋଜନା କରାଯାଇଛି ସେହି ପରିକଳ୍ପନା କୁ ସଫଳ କରିବାକୁ ସମସ୍ତଙ୍କ ସାହାଯ୍ୟ ଓ ସହ ଯୋଗର ଆବଶ୍ୟକତା ରହିଛି। ଏହି ଡାକ୍ତର ଖାନାରେ ଅତ୍ୟାଧୁନିକ ପ୍ରଣାଳୀରେ ଚିକିତ୍ସା କରାଯାଉଛି। ରୋଗୀ ମାନଙ୍କୁ ଚିକିତ୍ସା କରିବା ଆମର ଧର୍ମ । କନିଷ୍ଠ ଡାକ୍ତର ସଂଘର ପରାମର୍ଶ ଦାତା ଡକ୍ଟର ଏସ ଏନ୍ ରାଉତରାୟ ସ୍ଵାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ଦେବା ସହ କନିଷ୍ଠ ଡାକ୍ତର ମାନଙ୍କର କେତେକ ସମସ୍ୟା ଉପସ୍ଥାପନ କରିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ପ୍ରକାଶିତ ସ୍ମରଣିକା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ସନ୍ଧ୍ୟାରେ ବହୁ ପ୍ରଖ୍ୟାତ କଳାକାର ମାନଙ୍କ ଦ୍ବାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published.