ଔପଦାରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୨ ପାଳିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଦୁର୍ନୀତି ଦୁର୍ନୀତି ଚାରିଆଡେ ଦୁର୍ନୀତି । ବିଭିନ୍ନ କାର୍ଯ୍ୟାଳୟରେ ଦୁର୍ନୀତି । ବିଭିନ୍ନ ସ୍ଥାନ ଓ କ୍ଷେତ୍ରରେ ଦୁର୍ନୀତି । ବ୍ଯକ୍ତି ବିଶେଷ କ୍ଷେତ୍ରରେ ହେଉ କିମ୍ବା ପ୍ରଶାସନିକ କ୍ଷେତ୍ରରେ ହେଉ, ସମାଜରେ ଦୁର୍ନୀତିର ସୀମା ତଳ ଠାରୁ ଉପର ପର୍ଯ୍ୟନ୍ତ ପରିବ୍ଯାପ୍ତ । ମାତ୍ର ଏତେ ବଢି ଯାଇଛି ଯେ ତାକୁ ରୋକିବା ଅସମ୍ଭବ । ସଚେତନ ଦ୍ବାରା ହୁଏତ କିଛି ମାତ୍ରାରେ କମେଇ ଦିଆଯାଇପାରେ । ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୩୧ ଠାରୁ ନଭେମ୍ବର ୬ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବ୍ଲକରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୨ ପାଳିତ ହେଉଛି । ବାଲେଶ୍ଵର ଜିଲ୍ଲା ଭିଜିଲାନ୍ସ ଏସପି ନରହରି ନାୟକଙ୍କ ନିର୍ଦ୍ଦେଶରେ ଆଜି ତା ୦୩/୧୧/୨୨ ରିଖ ଔପଦା ବ୍ଲକ ତଳକିଆ ପଞ୍ଚାୟତ ଅଫିସ୍ ସଭା ଗୃହରେ ପାଳିତ ହୋଇଯାଇଛି ଦୁର୍ନୀତି ନିବାରଣ ସପ୍ତାହ-୨୦୨୨ । ତଳକିଆ ସରପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବାଲେଶ୍ଵର ଭିଜିଲାନ୍ସ କାର୍ଯ୍ୟାଳୟର ଡିଏସପି ଦାକ୍ଷିଣ ଚନ୍ଦ୍ର ମୁର୍ମୁ, ଇନ୍ସପେକ୍ଟର ଛବିରାଣୀ ହେମ୍ବ୍ରମ ଓ ଦଶରଥ ହେମ୍ବ୍ରମଙ୍କ ସମେତ ଅନ୍ୟ ଅଫିସ୍ କର୍ମଚାରୀ ସାମିଲ ଥିଲେ ।

ବିଭିନ୍ନ କ୍ଷେତ୍ରରେ ହେଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତିକୁ କିପରି ରୋକାଯାଇ ପାରିବ ସେ ବିଷୟରେ ଲୋକ ମାନଙ୍କୁ ବୁଝାଇଥିଲେ । ଯଦିଓ ଦୁର୍ନୀତିକୁ ସମୁଳେ ବିନାଶ କରିହେବ ନାହିଁ, କିନ୍ତୁ ଲୋକମାନେ ସଚେତନ ହେଲେ ନିଶ୍ଚିତ ଭାବେ ଦୁର୍ନୀତିର ପରିମାଣ କମି ଯିବ ବୋଲି କହିଥିଲେ । ଉପସ୍ଥିତ ଲୋକ ମାନଙ୍କର ବିଭିନ୍ନ ପ୍ରକାର ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ପ୍ରଦାନ କରିଥିଲେ ଅଧିକାରୀମାନେ । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ନିର୍ବାଚିତ ପ୍ରତିନିଧି, ମହିଳା ଗୃପ୍ ଓ ସାଧାରଣ ଜନତା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.