କପିଳାଶରେ ଲାଗିଲା ୧୪୪ ଧାରା, ଭକ୍ତ ନିରାଶ

ଢେଙ୍କନାଳ, (ନାଗରାଜ ନ୍ୟୁଜ ): ଆଜି କାର୍ତିକ ମାସର ଅନ୍ତିମ ଦିନ ଯାହାକୁ କାର୍ତିକ ପୂର୍ଣ୍ଣମା ବା ରାସ ପୂର୍ଣ୍ଣମା କୁହାଯାଏ । ଏହି ଦିନରେ ସମସ୍ତ ଦେବଳୟରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ଆଜି ସବୁ ମନ୍ଦିରରେ ଭକ୍ତ ଶୂନ୍ୟ ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ କପିଳାଶ ତଥା ସମସ୍ତ ଦେବାଳୟରେ ୧୪୪ ଧାରା ଲାଗୁ କରାଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଛି । ହେଲେ ପ୍ରଶାସନସ୍ତରରେ ସଭା ସମିତି ଏବଂ ରାଲିକୁ ଅନୁମତି ମିଳୁଥିବା ବେଳେ ମନ୍ଦିର ଏବଂ ଦେବଳୟରେ ୧୪୪ ଧାରା ଜାରି କରିବା କେତେ ଦୂର ଯୁକ୍ତିଯୁକ୍ତ ସେନେଇ ଜନ ସାଧାରଣରେ ଆଲୋଚନା ହେଉଛି । ପୂର୍ବରୁ ଖବର ନଦେଇ ଅତର୍କିତ ଭାବେ ୧୪୪ ଧାରା ଜାରି କରିବା ଦ୍ୱାରା ଦୂର ଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Leave a Reply

Your email address will not be published.