ବରିଷ୍ଠ ନାଗରିକଙ୍କୁ ସହାୟତା

ବାଙ୍କୀ,(ନାଗରାଜ ନ୍ୟୁଜ): ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଜଣେ ସମାଜସେବୀ । ଦୀର୍ଘ ବର୍ଷ ଧରି ବାଙ୍କୀ ଇନ୍ଦୁମତି ପାଟଣାସ୍ଥିତ ବୃଦ୍ଧା ଶ୍ରମରେରହି ଦିନ କାଟୁଥିବା ଅନ୍ତବାସୀମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଯେ ଏମ ସି ନାମକ ଘରୋଇ ସଂସ୍ଥାର ଚେୟାର ମ୍ୟାନ ତଥା ସମାଜସେବୀ ମୋଫୋତ ରାଜ ମିତନ ।ସମାଜସେବୀଙ୍କ 78ତମ ଜନ୍ମ ଦିନ ଅବସରେ ଏଭଳି ସାହାଯ୍ୟର ହାତ ବଢାଇଛନ୍ତି ଏବଂ ବରିଷ୍ଠ ନାଗରିକମାନଙ୍କଠାରୁ ଆଶ୍ରିବାଦ ଭିକ୍ଷା କରିଛନ୍ତି । ଅନ୍ତବାସମାନେ ମଧ୍ଯ ସମୂହ ଦୀପ ଦାନ କରି ସମାଜସେବୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି । ତାଙ୍କ ତରଫରୁ ଅନ୍ତବାସୀଙ୍କୁ ବସ୍ତ୍ର, ଖାଦ୍ୟସାମଗ୍ରୀ ଓ ଶୀତବସ୍ତ୍ର ଆଦି ପ୍ରଦାନ କରାଯାଇଛି । ଆଗାମୀ ଦିନରେ ବୃଦ୍ଧାଶ୍ରମବାସୀଙ୍କୁ ଅଧିକ ସହାୟତା ଯୋଗାଇଦିଆଯିବବୋଲି କହିଛନ୍ତି । ବୃକ୍ଷ ରୋପଣ ମଧ୍ୟ କରାଯାଉଛି ।ଏଥିରେ ଉପସ୍ଥିତ ଥିଲେ କିଛି ସହଯୋଗି ସତ୍ୟଜିତ୍ ମାନସିଂ, କୈଳାସ ଦ୍ଦ୍ୟୁବେଦି, ସାଇକୃପା ତେନ୍ଦୁଲକର ଓ ମାନ୍ୟଗଣ ବ୍ୟକ୍ତି ବିଶେଷ । ଏଭଳସାହାଯ୍ୟର ହାତ ବଢାଇଥିବା ସମାଜ ସେବୀଙ୍କୁ ଆଦିବାସୀ ହରିଜନ କଲ୍ୟାଣ ପରିଷଦର ସମ୍ପାଦକ କେଶବଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.