ବିଜେଡିର ବିଶାଳ ଜନ ସମାବେଶରେ କରୋନା କଟକଣାକୁ ଫୁ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ସ୍ଥିତ ଯମୁନାଶୁଳ ଠାରେ ବିଜୁଜନତା ଦଳର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଯୋଗୁ ରାସ୍ତା ଘାଟରେ ମାକ୍ସ ଚେକିଂ ଚାଲିଥିବା ବେଳେ ଏଠାରେ କରୋନା କଟକଣାକୁ ସମ୍ପୂର୍ଣ୍ଣ ଭାବେ ଉଲଂଘନ କରାଯାଇଛି । ଉକ୍ତ ସମାବେଶରେ ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନାଙ୍କ ସମେତ ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ, ସମୀର କୁମାର ପାତ୍ର ଓ ରାଜ୍ୟ ମହିଳା କାର୍ୟ୍ୟକାରୀ ସଭାପତି ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ରହି ବାଲିଆପାଳରେ ହେବାକୁ ଥିବା ପେଟ୍ରୋକେମିକାଲ କମ୍ପାନୀ ବିଷୟରେ ବକ୍ତବ୍ୟ ରଖିଥିଲେ । ଟାଟା କମ୍ପାନୀର ଦଲାଲମାନଙ୍କ ଦ୍ୱାରା ଭ୍ରମିତ ନହେବାକୁ ଜିଲ୍ଲା ସଭାପତି ନିବେଦନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମନ୍ତ୍ରୀ ଏବଂ ପୂର୍ବତନ ମନ୍ତ୍ରୀ ବାଲିଆପାଳଠାରେ ପେଟ୍ରୋକେମିକାଲ କମ୍ପାନୀ ଉପରେ ତଥ୍ୟ ପ୍ରଦାନ କରିଥିବା କହିଛନ୍ତି ।

Leave a Reply

Your email address will not be published.