ଲାଉଲଇ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ ସେବା ଓ ରୁଣ କର୍ମଶାଳା ସଚେତନ ଶିବିର

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଲାଉଲଇ ସେବା ସମବାୟ ସମିତି ପରିସରରେ ଆଜି ଅପରାହ୍ନ ୩ଘଟିକାରେ ସମିତି ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣସଚେତନଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ସମବାୟ ବିଭାଗ ଉପନିବନ୍ଧକ ସରୋଜିନୀ ଜେନା ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ନିର୍ଦ୍ଦେଶକ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟୁବ୍ୟାଙ୍କର ପ୍ରତାପ ଚନ୍ଦ୍ର ମଲିକ, ଢେଙ୍କାନାଳ ଏସଆରସିସି ନୀରଞ୍ଜନ ସେଠ,ଗନ୍ଦିଆ ସଂଯୁକ୍ତ କେନ୍ଦ୍ର ସମବାୟୁବ୍ୟାଙ୍କର ପ୍ରଫୁଲ୍ଲ ସାହୁ, ସଭାପତି ଲାଭ ଲ ଭସେବା ସମବାୟୁ ସମିତିର ନଟବର ଦାସ ଯୋଗଦାନ କରିଥିଲେ ଏଥିସହିତ ପୂର୍ବତନ ସଭାପତି ଶ୍ରୀନିବାସ ରାଉଳ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସରପଞ୍ଚ ଲାଭ ଲଭ ବିଜୟାଲକ୍ଷ୍ମୀ ରାଉଳ, ସମିତି ସଭ୍ୟା ମୋନାଲିସା ସାହୁ ଓ ସରପଞ୍ଚ ଖଙ୍କିରା ରଂଜୁଲତା ଦାସ, ସମିତି ସଭ୍ୟା ଅଂଜନା ନାୟକ, ପୂର୍ବତନ ସରପଞ୍ଚ ଲାଭ ଲଇଶରତଚନ୍ଦ୍ର ବାରିକ, ସମାଜସେବୀ ଗଙ୍ଗାଧର ରାଉତ, ପ୍ରାକ୍ତନ ସେବା ସମବାୟ ସମିତି ଲାଭ ଲଇର ଶରତ ଚନ୍ଦ୍ର ପୃଷ୍ଟି ଯୋଗଦାନ କରି ମତାମତ ପ୍ରଦାନ କରିଥିଲେ। ସଂପ୍ରତି ସମବାୟ ବ୍ୟାଙ୍କର ବିଭିନ୍ନ ସୁବିଧାସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା। ମହିଳା ଶଶକ୍ତିକରଣ ଦିଗରେ ବ୍ୟାଙ୍କର ଭୂମିକା ବିଷୟରେ ଆଲୋକପାତ କରାଯାଇଥିଲା।ଏହି କର୍ମଶାଳାରେ ୭ଜଣଙ୍କୁ କେସିସ ଋଣ ସହାୟତା ଓ ୪ଜଣ ନିର୍ଦ୍ଧାରିତ ଜମାକରିଥିଲେ। ଶେଷରେ ଲାଭଲଇ ସେବା ସମବାୟ ସମିତିର ସଂପାଦକ ପ୍ରକାଶ ପରିଡା ଧନ୍ୟବାଦ ଦେଇ ସଭା ଶେଷ କରାଇଥିଲେ ଏଥିରେ ଲାଭଲଇଓଖଙ୍କିରା ପଞ୍ଚାୟତରୁ ବହୁ ଚାଷୀ ଯୋଗଦାନ କରିଥିଲେ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ନା

Leave a Reply

Your email address will not be published.