ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ୨ ବର୍ଷର ଝିଅ ଭାଗ୍ୟଶ୍ରୀ

ଅନୁଗୋଳ, (ନାଗରାଜ ନ୍ୟୁଜ): ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋରନଗର ବ୍ଲକ ଅନ୍ତର୍ଗତ ଲୁହାମୁଣ୍ଡା ଗ୍ରାମର ଦୁଇ ବର୍ଷର ଝିଅ ଭାଗ୍ୟଶ୍ରୀ ପ୍ରଧାନ ଇଣ୍ଡିଆ ବୁକ ଅଫ ରେକର୍ଡ ପ୍ରତିଯୋଗିତାରେ ସ୍ଥାନ ପାଇଛି । ସୂଚନା ଅନୁଯାୟୀ, ଚଳିତବର୍ଷ ଅଗଷ୍ଟ ୧୪ ତାରିଖରେ ଇଣ୍ଡିଆ ବୁକ ଅଫ ରେକର୍ଡ ତରଫରୁ ଗୋଟିଏ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିରେ ଭାଗ୍ୟଶ୍ରୀ ଭାଗ ନେଇଥିଲା । ପଚରା ଯାଇଥିବା ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇଥିଲା ।

ସେ ନିର୍ଭୁଲ ଭାବରେ ଜାତୀୟ ସଂଗୀତ ଗାନ କରିବା ସହିତ ୧୨ ଟି ରଙ୍ଗର ନାମ, ୧୩ଟି ଫୁଲର ନାମ ସହିତ ଆହୁରି ଅନେକ ପ୍ରଶ୍ନର ସଠିକ ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ । ଇଣ୍ଡିଆ ବୁକ ଅଫ ତରଫରୁ ତାଙ୍କୁ ଗୋଲ୍ଡ ମେଡାଲ ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ଖବରରେ ଅନୁଗୋଳ ଜିଲ୍ଲା ସାରା ଖୁସିର ଲହରୀ ଖେଳିଯାଇଛି ।

Leave a Reply

Your email address will not be published.