ପରିବା ମାର୍କେଟରୁ ଦୁଇ ଲୁଟେରାଙ୍କୁ କାବୁ କଲେ ଭୁବନ ବାସିନ୍ଦା

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଭୁବନ ପରିବା ମାର୍କେଟରୁ ଶିକ୍ଷକ ମନୋଜ ସାହୁଙ୍କ ମୋବାଇଲକୁ ଝାମ୍ପି ନେଇଥିଲେ ଲୁଟେରା । କିଛି ସମୟ ବ୍ୟବଧାନରେ ବ୍ରହ୍ମାନନ୍ଦ ସାହୁଙ୍କ ମୋବାଇଲ ଚୋରି ହୋଇଥିଲା । ମୋବାଇଲ ଚୋରି ଘଟଣା ପରିବା ବଜାରରେ ଦ୍ରୁତ ଗତିରେ ପ୍ରଘଟ ହୋଇଯାଇଥିଲା । ଏହାପରେ ବଜାର କମିଟର ସମସ୍ତ ସଦସ୍ୟ ପରିବା ବଜାରକୁ ସଂଯୋଗ କରୁଥିବା ସମସ୍ତ ବାଟକୁ ଜଗି ରହିଥିଲେ । ଶେଷରେ ଦୁଇ ଜଣ ଅଚିହ୍ନା ଯୁବକ ଲୋକଙ୍କ ଦୃଷ୍ଟିକୁ ଆସିଥିଲେ । ସେମାନଙ୍କୁ ବଜାର କମିଟି ସଦସ୍ୟ ଅଟକ ରଖି ତଲାସି କରିଥିଲେ । ଯାହା ଫଳରେ ଦୁଇ ଜଣକ ଠାରୁ ତିନୋଟି ଦାମୀ ମୋବାଇଲ ପାଇଥିଲେ । ଖବର ପାଇ ଭୁବନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଚୋରଙ୍କୁ ଧରିବା ସହିତ ତିନୋଟି ମୋବାଇଲ ଓ ଗୋଟିଏ ବାଇକକୁ ଜବତ କରିଛି । ତେବେ ଅଟକ ଥିବା ଦୁଇ ମୋବାଇଲ ଚୋର ବିହାରର ମାଇକେଲ ସନ୍ତୋଷ ଓ ଅକ୍ଷୟ ବୋଲି ଜଣାପଡ଼ିଛି । ଦୁହେଁ ଦୀର୍ଘ ଦିନ ହେବ ଏପରି ଲୁଟ କାର୍ୟ୍ୟରେ ଲିପ୍ତ ଥିବାର ଜଣାଯାଇଛି ।

Leave a Reply

Your email address will not be published.