କୁତ୍ରା ପୋଲିସକୁ ବଡ଼ ସଫଳତା; ଚୋରି ବୋଲେରୋ ଏବଂ ପିକ୍ଅପ ଭ୍ୟାନ ଉଦ୍ଧାର, ୪ ଗିରଫ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ପୋଲିସକୁ ଆଜି ବଡ଼ ସଫଳତା ମିଳିଛି । ଖବର ନେବାରୁ ଜଣାଯାଇଛିଯେ, ଗତ ୧ ତାରିଖ ଦିନ କୁତ୍ରା ସାପ୍ତାହିକ ହାଟ ପାଖରେ ଅହମଦରାଜା ତାଙ୍କ ବୋଲେରୋ ଗାଡ଼ିକୁ ରଖିଥିଲେ । ହେଲେ ସେହି ଗାଡ଼ିକୁ କେହି ଦୁର୍ବୁତ ଚୋରି କରି ନେଇଯାଇଥିବ ର ସେ କୁତ୍ରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୁତ୍ରା ପୋଲିସ କେଶନମ୍ବର ୧୭ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ପୁଣି ଗତ ୫ତାରିଖ ଦିନ ସେହି କୁତ୍ରା ଅଞ୍ଚଳର ଅନୁପ ଅଗ୍ରୱାଲଙ୍କ ଏକ ପିକ୍ଅପ ଭ୍ୟାନ ଚୋରି ହୋଇଥିବାର ଥାନାରେ ଅଭିଯୋଗ କରିଥିଲେ । ପୁଣି ପୋଲିସ କେଶନମ୍ବର ୨୨ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଆଜି ୪ଜଣଚୋରକୁ‌ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛୀ । ସେମାନଙ୍କ ପାଖରୁ ଚୋରି ‌ବୋଲେରୋ ଏବଂ ପିକ୍ଅପ୍ ଭୈନ କୁ ମଧ୍ୟ ପୋଲିସ ଜବଦ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ମନୋଜ ଅନସାରି, ସରୋଜରାଜ ଅନସାରୀ, ରାଜକ୍ ଅନସାରୀ ଏବଂ ମହମ୍ମଦ ଅନସାରୀ ବୋଲି ଜଣାପଡିଛି । ଏମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବାବେଳେ ଝିରପଖଣି ଥାନାରେ କେଶ ନମ୍ବର ୦୧ ଏବଂ ଲାଠିକଟା ଥାନାରେ କେଶ ନମ୍ବର ୧୭/୧୮ରେ ମାମଲା ରୁଜୁ ହୋଇଥିବା ରାଜଗାଙ୍ଗପୁର ଏସଡିପିଓ ଶଶାଙ୍କ ଶେଖର ବେଉରା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.