ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁବାବୁଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳିତ

କଟକ,(ନାଗରାଜ ନ୍ୟୁଜ): ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ,ମହାନ ଜନ ନାୟକ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ -୨୬ ତମ ଶ୍ରାଦ୍ଧ ଦିବସ ଆଜି ସାରା ରାଜ୍ୟ ପାଳନ କରୁଥିବା ବେଳେ କଟକ ଜିଲ୍ଲାରେ ମଧ୍ୟ ଏହି ମହାନ ଜନ ନାୟକଙ୍କ ପୂଣ୍ୟତିଥୀ ପାଳନ ହୋଇଛି – ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପୂର୍ବତନ ବିଧାୟକ ଡ଼କ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ବିଜୁ ବାବୁଙ୍କ ୨୬-ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ସକାଳୁ ଯୋବ୍ରା ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ଅନେକ ଗୁଡିଏ ସମାଜ ମଙ୍ଗଳ କାର୍ଯ୍ୟକ୍ରମ,ଯଥା -ରକ୍ତଦାନ ଶିବିର, ଅଙ୍ଗଦାନ, ଅନାଥ ପିଲା ମାନଙ୍କୁ ଫଳ ଦାନ ସମେତ ସନ୍ଧ୍ୟା ସମୟରେ ସମୂହ ଦୀପଦାନ ଭଳି କାର୍ଯ୍ୟକ୍ରମ ରହିଥିବା ବେଳେ ।। ସେଲିବ୍ରେଶନ ମଣ୍ଡପ ଠାରେ ବିଜୁ ବାବୁଙ୍କ ଉଦେଶ୍ୟରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା -ଏହି ସ୍ମୃତିସଭା ରେ କଟକ ମେୟର ସୁବାଷ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚୌଦ୍ୱାର କଟକ ର ବହୁ ମୁରବି ,ବିଭିନ୍ନ ୱାର୍ଡ ର କର୍ପୋରେଟର ,ଛାତ୍ର ବିଜେଡ଼ି ନେତା ,ମହିଳା ବିଜେଡ଼ି କର୍ମୀ ସମତେ ବହୁ ବିଜୁ ପ୍ରେମୀ ଉପସ୍ଥିତ ରହି ବିଜୁ ବାବୁଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ତାଙ୍କର ଗୁଣଗାନ କରିଥିଲେ ।। ଆଜିବି ବିଜୁ ବାବୁ ଓଡ଼ିଶା ତଥା କଟକ ମାଟିରେ ଅମର ହୋଇ ଅଛନ୍ତି –ତାଙ୍କର କଟକ ପ୍ରତି ଥିବା ଭଲ ପାଇବା ଅନୁଦାନ କୁ ଚୌଦ୍ୱାର କଟକ ସବୁବେଳେ ମନେ ରଖିବ ତାଙ୍କର ସ୍ୱପ୍ନ କୁ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକ ପୂରଣ କରି ପାରିଛନ୍ତି -ଆଗକୁ ମଧ୍ୟ ଓଡ଼ିଶା ବାସୀଙ୍କ ପାଇଁ ନବୀନ ପଟ୍ଟନାୟକ ସେବା କରିବେ ଓ ଷଷ୍ଠ ଥର ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ରେ ଓଡିଶା ବାସୀ ଅଳଙ୍କୃତ କରିବେ ବୋଲି ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ଡ଼କ୍ଟର ପ୍ରଭାତ ବିଶ୍ୱାଳ କହିଛନ୍ତି ।।

Leave a Reply

Your email address will not be published.