ପଞ୍ଚାୟତ ନିର୍ବାଚନକୁ ନେଇ ବିଜୁଜନତା ଦଳ ତରଫରୁ ବ୍ଳକ ସ୍ତରିୟ କର୍ମୀ ସମ୍ମିଳନୀ

ରାଜଗାଙ୍ଗପୁର, (ଦଶରଥ ପୋଡ଼): ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ସମସ୍ତ ଦଳଗୁଡ଼ିକ ନିଜ ନିଜ ଶକ୍ତିକୁ ସୁଦୃଢ଼ କରିବାପାଇଁ ଅଣ୍ଟା ଭିଡିବା ଆରମ୍ଭ କରି ଦେଲେଣି । ବିଜୁଜନତା ଦଳ ଆଜି ରାଜଗାଙ୍ଗପୁର ସହରରେ ଥିବା “ସୁମିତ୍ରା ମ୍ୟାରେଜ୍ ପ୍ଯାଲେସରେ ବ୍ଳକ ସ୍ତରିୟ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ପ୍ରଥମେ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକର୍ମ ଆରମ୍ଭ କରାଯାଇଥିଲା ।

ଏଥିରେ ବିଜୁଜନତା ଦଳର ରାଜ୍ୟ ଉପାଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ମଙ୍ଗଳା କିଶାନ୍, ରାଜଗାଙ୍ଗପୁର ଟାଉନ ଅଧ୍ୟକ୍ଷ ରାଜେନ୍ଦ୍ର ବେହେରା, ପୂର୍ବ ଉପନଗରପାଳ ଅଶୋଟଦାସ ଓ ରାଜଗାଙ୍ଗପୁର ବ୍ଳକ ଅଧ୍ୟକ୍ଷ ବସନ୍ତ ଟପୋ ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେଇ ଦଳ କିପରି ଆସନ୍ତା ପଞ୍ଚାୟତ ନିର୍ବାଚନରେ ଅଧିକ ଶକ୍ତିଶାଳୀ ହୋଇ ନିର୍ବାଚନ ବୈତରଣୀ ପାରି ହେବ ସେ ସମ୍ପର୍କରେ ସମସ୍ତେ ନିଜ ନିଜ ମତପୋଷଣ କରିବା ସହିତ ସମସ୍ତେ ଏକଜୁଟ୍ ହୋଇ ଦଳକୁ ମଜବୁତ୍ କରିବା ପାଇଁ କର୍ମୀ ମାନେ ଶପଥ ନେଇଥିଲେ ।

Leave a Reply

Your email address will not be published.