ନାଲକୋର ସ୍ପୋନସର୍ଡ ଏଲଏପି କ୍ଷତିଗ୍ରସ୍ତ ପ୍ରଜାସଂଘ ତରଫରୁ ନାଲକୋ ରେଳପଥକୁ ଅବରୋଧ

ଅନୁଗୋଳ,(ନାଗରାଜ ନ୍ୟୁଜ): ଅନୁଗୋଳ ଜିଲ୍ଲାର ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଡିହ ଗାଡ଼ିଆ ଠାରେ ନାଲକୋ ର ସ୍ପୋନସର୍ଡ ଏଲ .ଏ. ପି (ଆଇ .ଟି.ଆଇ ) କ୍ଷତିଗ୍ରସ୍ତ ପ୍ରଜାସଂଘ ର ୩୯ ଟି ଗ୍ରାମର ପ୍ରଜା ନାଲକୋ ରେଳପଥ ଠାରେ ସପରିବାର ଅର୍ଥନୈତିକ ଅବରୋଧ କରିଛନ୍ତି । ସେମାନଙ୍କ ର ମୁଖ୍ୟ ଦାବୀ ହେଉଛି ସ୍ଥାୟୀ ନିଯୁକ୍ତି । କାରଣ- ଆଜକୁ ଦୀର୍ଘ ୧୪ ବର୍ଷ ହେବ ନାଲକୋ ରେ ସ୍ଥାୟୀ ନିଯୁକ୍ତି ଦାବିରେ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ ଏହାକୁ ନାଲକୋ ଘୃକ୍ଷପ କରିନାହିଁ । ଏମିତିକି ଏହି ସଂଘ ଦ୍ଵାରା ୨୦୧୮ ମସିହା ଫେବୃଆରୀ ମାସ ୨୦ ତାରିଖ ଠାରୁ ମାର୍ଚ୍ଚ ୧୯ ତାରିଖ ପର୍ୟ୍ୟନ୍ତ ଅନୁଗୋଳ ଜିଲାପାଳ ଙ୍କ କାର୍ୟ୍ୟଳୟ ସମ୍ମୁଖରେ ଅହରାତ୍ରୀ ଧାରଣା ଦେଇଥିଲେ ଓ ଏହି ଧାରଣା ଦ୍ଵାରା ଜିଲ୍ଲାର ଜନ ପ୍ରତିନିଧି , ଜିଲ୍ଲା ପ୍ରଶାସନ ଓ ନାଲକୋ ମଧ୍ୟରେ ଏକ ତ୍ରିପାଖିକ ଆଲୋଚନା ହୋଇ ନିଯୁକ୍ତି ପ୍ରତିଶୃତି ଦିଆ ଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ନାଲକୋ ଏହାକୁ ମଧ୍ୟ ମାନି ନଥିଲା । ସେହିପରି ସଦ୍ୟ ସମାପ୍ତ ହୋଇଥିବା ୯ଗ୍ଧଷ ଆର. ପି. ଡି. ସି ବୈଠକରେ ମଧ୍ୟ ଉଭୟ ଢେ଼ଙ୍କାନାଳ ଓ ସମ୍ବଲପୁର ସଂସଦ ଓ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକ ଓ ଜିଲ୍ଲାପାଳ ଙ୍କ ସହିତ ଏକ ତ୍ରିପାଖିକ ବୈଠକରେ ଏହି କ୍ଷତିଗ୍ରସ୍ତ ପ୍ରଜା ମାନଙ୍କୁ ନିଯୁକ୍ତି ଦେବାକୁ ନାଲକୋ ଅଧ୍ୟକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଡମ୍ବନା ର ବିଷୟ ଏକ ବର୍ଷ ହୋଇଯାଇଥିଲେ ମଧ୍ୟ ନାଲକୋ ଏହାକୁ ହେୟ କରିବାରୁ ଆଜି ଏହି ଅର୍ଥନୈତିକ ଅବରୋଧ କରିଛନ୍ତି ଏବଂ ଏହା ଅନିର୍ଦ୍ଦିଷ୍ଟ ପର୍ୟ୍ୟନ୍ତ ଚାଲୁ ରହିବ ବୋଲି ଏହାର ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.