ଟିଉଲ୍ ଖୋଳିବାକୁ ଆସିଥିଲା ବୋରଓଲ୍ ମେସିନ, ଅସନ୍ତୋଷ ସୃଷ୍ଟି

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ମହିଁଷାପଟା ଗ୍ରାମ ପଞ୍ଚାୟତ ଅଧୀନ ଜାମବଣୀ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ପାଇଁ ବୋରିଂ ମେସିନ ଆସିଥିଲା , କିନ୍ତୁ ଗ୍ରାମବାସୀ ମାନେ ମେସିନ କୁ ଅଟକାଇ ଅନ୍ୟ ଏକ ଜାଗାରେ ଖୋଳିବା ପାଇଁ କହିବାରୁ ମେସିନ ଫେରିଆସିଥିଲା, ଏ ଘଟଣା ପରେ ଗ୍ରାମ ରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା, ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଗ୍ରାମବାସୀ ମାନିନଥିଲେ , ଆଜି ନୀଳଗିରି ୧୩ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ ନନା ପହଁଚି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିବା ସହ ପାନୀୟ ଜଳ ଯୋଗାଣ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ କରିଛନ୍ତି। ତାଙ୍କ ସହିତ ମହିଁଷାପଟା , ସରପଞ୍ଚ ରବି ସିଂ ଓ ସମିତି ସଭ୍ୟ ଦୁଃଶାସନ ପୃଷ୍ଟି ଉପସ୍ଥିତ ଥିଲେ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.