ରଜ ପର୍ବ ପାଳନ

ବାଙ୍କୀ: ଆଜି ହେଉଛି ଓଡ଼ିଶାର ଗଣପର୍ବ ପହିଲି ରଜ । ଏହି ଗଣପର୍ବକୁ ନେଇ ବାଙ୍କୀର ଯୁବତୀମାନେ ବଡ଼ ଧୁମଧାମରେ ପାଳନ କରି ଆସୁଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀକୁ ନେଇ ସବୁ ଫିକା ପଡିଛି । ଅନ୍ୟପଟେ ପରମ୍ପରାକୁ ବଜାୟ ରଖିବାକୁ ଯାଇ ଘରେ ଘରେ ପିଠାପଣା ଓ ରଜ ପାନ ଖାଇ ଓ ଅନ୍ୟଙ୍କୁ ଖୁଆଇ ନୀରାଡମ୍ବ ଭାବେ କୋଭିଡି କଟକଣା ମଧ୍ୟରେ ପାଳିଲେ ରଜପର୍ବ ।

ଏହି ରଜପର୍ବ ପ୍ରତିବର୍ଷ ରୁଚିକା ମାର୍କେଟରେ ବଡ଼ ଧୁମଧାମରେ ରଜ ମହୋତ୍ସବରେ ଚାରିଦିନ ଧରି ପାଳନ କରାଯାଇଥାଏ । ହେଲେ ଚଳିତ ବର୍ଷ କୋଭିଡ ମହାମାରୀ କଟକଣା ଯୋଗୁଁ ବନ୍ଦ ରହିଛି ରଜ ମହୋତ୍ସବ । କୁଆଁରି ଝିଅମାନେ ନିଜ ନିଜ ଘରେ ରହି ନୂଆ ବସ୍ତ୍ର ପରିଧାନ କରି ସଜବାଜ ହୋଇ ପିଠାପଣା ଖାଇ କୋଭିଡ କଟକଣା ମଧ୍ୟରେ ରଜପର୍ବ ପାଳନ କରିଛନ୍ତି । କେତେକ ସ୍ଥାନରେ ନିଜ ନିଜ ବାଡ଼ିରେ ରଜଦୋଳି ବାନ୍ଧି ଗୀତଗାଇ ଖେଳୁଥିବା ଦେଖିବାକୁ ମିଳିଛି । ରାଜ୍ୟ ତଥା ଦେଶରୁ କିଭଳି କରୋନା ମହାମାରୀ ହଟିବ ଆଉ ଆସନ୍ତା ବର୍ଷ ରଜପର୍ବ ବଡ଼ ଧୂମ ଧାମରେ ପାଳନ କରିବେ ସେନେଇ ଆର ବର୍ଷକୁ ଅପେକ୍ଷା କରି ରହିଥିବା କହିଛନ୍ତି ଯୁବତିମାନେ ।

Leave a Reply

Your email address will not be published.